ଭାଇରାଲ ଭିଡିଓ

ଜେଲ ଖାଦ୍ୟ ରୁଚୁନି, ହେଲେ ପୋଲିସ ଙ୍କ ନିୟମ ବାହାରୁ ଆଉ ଖାଇପାରିବେନି ଆର୍ଯ୍ୟାନ୍,କେବଳ ଖାଉଛନ୍ତି ପାର୍ଲେଜି ବିସ୍କୁଟ

ଭୁଲ ଓ ଠିକ ଜୀବନ ରେ ଏହି ୨ କଥା କୁ ନେଇ ଆଗକୁ ସମସ୍ତେ ବଢ଼ିଥାନ୍ତି । ତେବେ ଛୋଟ ମୋଟ କିଛି ଭୁଲ ପାଇଁ କମ ଦଣ୍ଡ ମିଳିଥାଏ । ହେଲେ ଭୁଲ ଯେତେବେଳେ ବଡ଼ ହୋଇଥାଏ ତାର ଅଧିକା ପରିଣାମ ଭୋଗି ବାକୁହୁଏ । ଜେଲ ର ଚାରି କାନ୍ଥ ଭିତରେ କେମିତି ରହୁଛନ୍ତି ଆର୍ଯ୍ୟନ ଖାନ ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର ।

ଜେଲ ରେ ସମସ୍ତଙ୍କ ପାଇଁ ଏକା ପ୍ରକାର ଖାଦ୍ୟ ତିଆରି ହୋଇଥାଏ । ସମସ୍ତଙ୍କ ପାଇଁ ଜେଲ ର ନୀତି ନିୟମ ସବୁ ସମାନ ହୋଇଥାଏ । ଆର୍ଯ୍ୟନ ଖାନ ଜେଲ ରେ ରହିବାକୁ ପସନ୍ଦ କରୁନାହାନ୍ତି । ଜେଲ ର ଖାଦ୍ୟ ତାଙ୍କୁ ରୁଚୁ ନାହିଁ ।

ଏମିତି କି ଖାଦ୍ୟ ପାଟିରେ ପୁରେଇଲେ ବାନ୍ତି କରିଦଉଛନ୍ତି । ସବୁବେଳେ ଭଲ ଭଲ ଫାଇଭ ଷ୍ଟାର ହୋଟେଲ ରେ ଖାଉଥିବା ଆର୍ଯ୍ୟନ ଙ୍କୁ ମନ ପସନ୍ଦ ର ଖାଦ୍ୟ ଆଉ ମିଳୁନାହିଁ । ତେବେ ଆର୍ଯ୍ୟନ ମଧ୍ୟ ଜେଲ କୁ ଗଲାବେଲେ ଭଲ ବ୍ରାଣ୍ଡ ର ପାଣି ବୋତଲ ନେଇକିଯାଇଥିଲେ । ଏବେ ସେହି ପାଣି ବି ସରିବାକୁ ଆସିଲାଣି ।

ତେବେ ଜେଲ ରେ ଠିକସେ ଖାଦ୍ୟ ନ ଖାଉଥିବାରୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେବ ବୋଲି ଜେଲ କତ୍ତୃପକ୍ଷ ତାଙ୍କ ଉପରେ କଡା ନଜର ରଖିଛନ୍ତି । ଯଦି ଆର୍ଯ୍ୟନ ଏହି ଭଳି ଖାଦ୍ୟ ନ ଖାଇ ରହିବେ ତେବେ ତାଙ୍କୁ ବାଧ୍ୟ କରି ଖାଇବାକୁ କିମ୍ବା ତରଳ ଖାଦ୍ୟ ଦିଆଯିବ ବୋଲି କୁହା ଯାଉଛି । ଆର୍ଯ୍ୟନ ଜେଲ ରେ ୪ ଦିନ ନ ଗାଧେଇବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଇନଫେକସନ ହେବାର ଭୟ ରେ ଆର୍ଯ୍ୟନ ଠିକସେ ଟଏଲେଟ ବି ଯାଉ ନାହାଁନ୍ତି ।

ତାଙ୍କ ର ଏହି ଭଳି କାର୍ଯ୍ୟ ଦେଖି ତାଙ୍କ ର ସ୍ୱାସ୍ଥ୍ୟ ର ପରୀକ୍ଷା ପାଇଁ ଡାକ୍ତର ଙ୍କ ପରାମର୍ଶ ନିଆଯାଉଛି । ତେବେ ତାଙ୍କ ପରିବାର ତରଫରୁ ଆସିଥିବା ପଇସା ରେ ସେ କେବଳ ପାର୍ଲାଜି ବିସ୍କୁଟ ଖାଉଛନ୍ତି । ତେବେ ସେ ଏହି ଜେଲ ରେ ରହି ବହୁତ କିଛି ଶିଖିପାରିବେ ଓ ଭବିଷ୍ୟତ ରେ ନିଜ ଜୀବନ କୁ ସୁଧାରି ପାରିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *