ଏବେ ବହୁ ଚର୍ଚ୍ଚିତ କଳ୍କୀ ବାବାଙ୍କ ଆଶ୍ରମରେ ପହଞ୍ଚି ଯାଇଛି ପୋଲିସ। ଆଉ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ବାବା ପାଦ ତଳେ ତୁଳସୀ ଦେବା ପରେ ଏହି ମାମଲା ସଙ୍ଗୀନ ହୋଇ ଯାଇଥିଲା। କାରଣ ତୁଳସୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଥାରେ ଲାଗୁଥିବା ବେଳେ ସେ ତାହାକୁ ନେଇ ନିଜ ପାଦତଳେ ଦେଇଥିଲେ। ଯାହାକି ପ୍ରତ୍ୟେକ ଟି ଓଡିଆ ଲୋକଙ୍କ ମନକୁ କଠୋର ଭାବରେ ଆଘାତ ଲାଗିଥିଲା।ଆଉ ଏହାପରେ ହିଁ ଲୋକମାନେ ଗୋଟେ ଗୋଟେ ସତ ବାବଙ୍କ ନାମରେ ସାମ୍ନା କୁ ଆଣିବାରେ ଲାଗିଥିଲେ। ଆଉ ଏବେ ମଧ୍ୟ ପୋଲିସ ସେଠାରେ ଯାଇ ପହଞ୍ଚିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଛି।
ପୋଲିସ କହିଥିଲେ କି ଏନେଇ ଏତଲା ଦିଆ ଯିବା ପରେ ହିଁ ସେମାନେ ସେଠାକୁ ତଦନ୍ତ କରିବା ପାଇଁ ଆସିଥିଲେ। ଯେଉଁଠି ପାଇଲେ ଖବର ଆସିଲେ ସେମାନେ ତାହାର ତଦନ୍ତ କରିବା ପାଇଁ,ଯିବେ ବୋଲି ପୋଲିସ ବାବୁ ଜଣକ କହିଥିଲେ। ଏବେ ସେହି ଅଭିଯୋଗ ଆଧାରରେ ହିଁ ଘଟଣାର ତଦନ୍ତ କରିବାକୁ ଯାଉଛନ୍ତି। ଏବେ ସରକାରଙ୍କ ଏତେବଡ଼ ଜାଗା ହଡ଼ପ କରାଯାଇଥିବା ନେଇ ମଧ୍ୟ ଏହି ପୋଲିସ୍ ବାବୁ ଜଣକୁ ପ୍ରଶ୍ନ ପଚରା ଯାଇଥିଲା। ଯାହାର କି ସେ ଉତ୍ତର ମଧ୍ୟ ଦେଇଥିଲେ।
ଆଉ ପୋଲିସ କୁ କଳ୍କୀ ବାବା ଙ୍କ ଆଶ୍ରମରେ ଦେଖିବା ପରେ ଏହା ଲାଗୁଛି କି ବାବଙ୍କ ଅଡ଼ୁଆ ଏବେ ବଢ଼ିବାକୁ ଯାଉଛି।ଏହି ଘଟଣା ସଂପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି। ସେ ବାବା ଜଣକୁ ଖୁବ୍ ସମାଲୋଚନା ମଧ୍ଯ କରିଛନ୍ତି।ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।