ବାଣ ଭିଡୁଥିଲେ ଦଶମ ଛାତ୍ର…ହେଲା ଭୟଙ୍କର ବିସ୍ଫୋରଣ ଚାଲିଗଲା ଜୀବନ

ପ୍ରଥମେ ଜେଜେ ବାପା, ପରେ ବାପା ଆଉ ଏବେ ପୁଅର ଚାଲି ଯାଇଛି ଜୀବନ। ମାଆ ଓ ଭଉଣୀ ଏବେ କରିବେ କଣ ତାହା ସେମାନେ ଆଦୌ ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ପୁଅର ମୃ-ତ ଶରୀର ପଞ୍ଚାୟତ ଅଫିସ୍ ଆଗରେ ରହିଛି। ତାକୁ ଦେଖିବା ପାଇଁ ମଧ୍ୟ ଘେରି ରହିଛନ୍ତି ସହ ସହ ଗ୍ରାମବାସୀ ମାନେ। ସେପଟେ ପୁଅକୁ ହରାଇ ବାହୁନୀ ବାହୁନୀ କାନ୍ଦିବାରେ ଲାଗିଛି ମାଆ। ଗତ ୧୯ ତାରିଖ ଦିନ ଖଲିକୋଟ ଥାନା ଅନ୍ତର୍ଗତ,ମାଣିକପୁର ଗ୍ରାମରେ ବାଣ ବୁଣୁ ଥିଲେ ଚାରିଜଣ ଦଶମ ଶ୍ରେଣୀ ର ଛାତ୍ର। ଆଉ ସେଥିରେ ଘଟି ଯାଇଥିଲା ଭୟଙ୍କର ବିସ୍ପୋରଣ।

ଆଉ ଏହି ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ଏହା ଘରର ଛାତକୁ ମଧ୍ୟ ଉଡ଼ାଇ ନେଇ ଯାଇଥିଲା। ଯେଉଁଥିରେ କି ଚାରିଜଣ ଛାତ୍ର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ରାତିରେ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ବଦଲ ଗୌଡ଼ ଙ୍କ ମୃ-ତ୍ୟୁ ହୋଇଛି।ସେପଟେ ପରିବାର ଲୋକମାନେ ମଧ୍ଯ ଏହା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଘରୁ ଡାକି ନିଆ ଯାଇ ତାଙ୍କର ପୁଅକୁ ଜାଣି ଶୁଣି ମାରିଦିଆ ଯାଇଛି।କେଉଁ ଉଦ୍ଦେଶ୍ୟରେ ସେମାନେ ବାଣ ତିଆରି କରୁଥିଲେ? ତାହା ଦୀପାବଳୀ ରେ ବାଣ ଫୁଟାଇବା ପାଇଁ ନା ବ୍ୟବସାୟ କରିବା ପାଇଁ?

ବାଣ ବିସ୍ପୋରଣ ପରେ ଏଭଳି ନାନା ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ପୋଲିସ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।ସାରା ଗାଁ ରେ ଏବେ ଶୋକ ର ଛାୟା ଖେଳି ଯାଇଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଲୋକମାନେ ଏହାକୁ ନେଇ ଖୁବ ଚର୍ଚ୍ଚା କରୁଛନ୍ତି।ତଦନ୍ତ ପରେ ହିଁ ଘଟଣା ପଛରେ ଥିବା ସତ୍ୟାସତ୍ୟ ଜଣା ପଡିବ ବୋଲି କୁହା ଯାଉଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment