ବଡ଼ ଘୋଷଣା : ପ୍ରଦୀପ ମାଝୀ ମିଶିବେ ବିଜେଡି ରେ, କଂଗ୍ରେସ ରେ ରହି ରାଜ୍ୟ ପାଇଁ ଭଲ କାମ କରିପାରୁନଥିଲି, ଏବେ ବିଜେଡି ରୁ କରିବି..

ଖୁବ୍ ଶୀଘ୍ର ବିଜେଡି ରେ ସାମିଲ ନେଇ ଘୋଷଣା କଲେ ପ୍ରଦୀପ ମାଝୀ, ନିଜର ରେ ଯେତେବେଳେ ମନ୍ତ୍ରୀ ଦିବ୍ୟସଙ୍କର ଙ୍କ ଉପରେ ବିରୋଧ ଚାଲିଥିଲା ଅଚାନକ ନିଜର ଇସ୍ତଫା ଦେଇ ମିଡ଼ିଆ ର ଦୃଷ୍ଟି ଆକର୍ଷଣ କରିଥିବା ପ୍ରଦୀପ ଆଜି ପୁଣି କହିଛନ୍ତି କି ସେ ବିଜେଡି ରେ ଯୋଗ ଦେବେ

କହିଲେ, ଖୁବଶୀଘ୍ର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବି । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ।ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି। ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ। ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ। ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ। କାରଣ କଂଗ୍ରେସ ଆଉ ସରକାରକୁ ଫେରିବ ନାହିଁ।

‌ନେତା ତଥା ସମର୍ଥକଙ୍କ ନିଷ୍ପତ୍ତି ଅନୁଯାୟୀ ସେ ଅନ୍ୟ ଦଳକୁ ଯିବେ।

ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଦୀପ ମାଝୀ। ଆଜି ତାଙ୍କ ସହ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକ ହଜାରରୁ ଅଧିକ କଂଗ୍ରେସ ନେତା ଓ ସମର୍ଥକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବେ ବୋଲି ସେ ଘୋଷଣା କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top