ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ… ରାସ୍ତା ପାର ହେଉଛି ବିରାଟକାୟ ଅଜଗର ସାପ

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ରାସ୍ତା ପାର କରୁଥିବାର ଦେଖିବାକୁ ମିଳିଛି ଏକ ବିରାଟକାୟ ଅଜଗର। ଏହି ଅଜଗର ସାପଟି ମଧ୍ୟ ପାଖାପାଖି ୧୫ ଫୁଟ ହେବ। ଆଉ ଗତକାଲି ରାତି ତିନିଟା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜାତୀୟ ଧାନ ଗବେଷଣା ଅନୁଷ୍ଠାନ,ଏକ ୧୫ ଫୁଟ ର ଅଜଗର ସାପ ଦେଖିବାକୁ ମିଳିଥିଲା। ସମସ୍ତେ ଡକା ଡକି ହୋଇ ଏକାଠି ହୋଇ ଯିବାରୁ ଏହି ଅଜଗର ଧାନ ବିଲକୁ ପଶି ଯାଇଥିବା ଦେଖିବାକୁ ମିଳିଥିଲା।

ଏନେଇ NRRI ର ନିର୍ଦ୍ଦେଶକ ଡାକ୍ତର ପରେଶ କୁମାର୍ ନାୟକ କହିଛନ୍ତି ଯେ ନଦୀବଢ଼ିରେ ପାଣିରେ ଆସି ଗୁଳୁଗୁଳି ପୋଲ ଦେଇ ଏହା ଫାର୍ମ ଭିତରେ ପଶି ଯାଇଥିଲା। ଏହାପରେ ବନ ବିଭାଗ ଓ ସାପ ଧରାଳି କୁ ମଧ୍ୟ ଏହା ଖବର ଦିଆ ଯାଇଥିଲା।ଆଉ ବନ ବିଭାଗର କର୍ମଚାରୀ ମାନେ ଆସି ମଧ୍ୟ ଏହାକୁ ଖୁବ ଖୋଜାଖୋଜି କରିଥିଲେ।ସୁରକ୍ଷାକର୍ମୀ ମାନେ ସାପର ଗତିବିଧି କୁ ଅନୁଧ୍ୟାନ କରିଛନ୍ତି। ଧାନ ବିଲ ଭିତରକୁ ନପଶିବା ପାଇଁ ସବୁ କର୍ମଚାରୀ ମାନଙ୍କୁ ଏନେଇ ବାରଣ ମଧ୍ୟ କରାଯାଇଛି।

ଯେ ପର୍ଯ୍ୟନ୍ତ ସାପ ଟି ସୁରକ୍ଷିତ ଭାବରେ ଉଦ୍ଧାର ନ ହେଇଚି ସେ ପର୍ଯ୍ୟନ୍ତ ବିପଦ ରହିଛି। ସେଥିପାଇଁ ଆଦୌ ହେଲେ ମଧ୍ୟ ଧାନ ବିଲ ଭିତରକୁ ଯିବା ଉଚିତ ନୁହେଁ।ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ଖୁବ ଭୟବୀତ ହୋଇ ଯାଇଛନ୍ତି। ଏହି ଭିଡିଓ କୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ଏହି ସାପ ଟି ଏବେ କେଉଁଠାରେ ଥିବ ତାହା ଆପଣ ଆମକୁ ଜଣାଇବା ପାଇଁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Leave a Comment