ଦେଶ ଦୁନିଆ

ସୌମ୍ୟ ଙ୍କ ପରେ ନୂଆ ଭବିଷ୍ୟତ ସନ୍ଧାନ ରେ ବିଦ୍ୟା, ପରୀକ୍ଷା ପରେ ନୂତନ ଜୀବନ ପାଇ ସ୍ବପ୍ନ…

ବହୁତ୍ ସମୟ ରେ ବହୁତ୍ କିଛି ଘଟଣା ଓ ଦୁର୍ଘଟଣା ର ସମ୍ମୁଖୀନ ହେବାକୁ ପଡ଼େ । କେତେବେଳେ କାହା ଜୀବନ ରେ କଣ ପରିବର୍ତ୍ତନ ହେବ ତାହା କାହାକୁ ବି ଜଣା ନାହିଁ । ସବୁ ସମସ୍ୟା କୁ ସାମ୍ନା କରି ବଞ୍ଚିବା ଦରକାର । ଆସନ୍ତୁ ସେମିତି କିଛି ଘଟଣା ଉପରେ ନଜର ପକେଇବା ।

ଏସି ଏଫ୍ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ବହୁତ ଦିନ ହୋଇଗଲାଣି । ତାଙ୍କ ମୃତ୍ୟୁ ର ତଦନ୍ତ ମଧ୍ୟ ଚାଲିଛି । ତେବେ ତାଙ୍କ ଘର ଲୋକ ସବୁବେଳେ ଆଙ୍ଗୁଠି ଉଠେଇଛନ୍ତି ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଭାରତୀ ଙ୍କ ଉପରେ । ମୁଖ୍ୟ ଆସାମୀ ଭାବରେ ବିଦ୍ୟା ସବୁବେଳେ ତଦନ୍ତ ମୂଳ ରେ ରହିଛନ୍ତି ।

ତେବେ ଏତେ ସାରା ଅପବାଦ ପରେ ବି ନିଜ ଭବିଷ୍ୟତ ,ନିଜ ପାଠ ପଢା କୁ ଗୁରୁତ୍ଵ ଦେଇଛନ୍ତି ବିଦ୍ୟା । ପରୀକ୍ଷା ଦେବାକୁ ଯାଉଛନ୍ତି ବିଦ୍ୟା ଭାରତୀ । ବଲାଙ୍ଗୀର ରେ ହେଉଥିବା ଏଲ୍ ଆଇ ର ଫାଇନାଲ ପରୀକ୍ଷା ଦବାକୁ ଯାଇଥିଲେ ବିଦ୍ୟା । ୮ ଦିନ ଧରି ଚାଲିଥିବା ପରୀକ୍ଷା ରେ ସବୁ ଦିନ ଯାଇ ପରୀକ୍ଷା ଦେଇ ଆସିବେ ।

ପ୍ରଥମ ଦିନ ପରୀକ୍ଷା ସାରି କାହା ସହ କିଛି କଥା ନ ହୋଇ । କିଛି ପ୍ରତିକ୍ରିୟା ନ ଦେଇ ପଳେଇ ଥିଲେ ସେ । ସାଙ୍ଗ ସାଥି ମାନକ ସହ ବି କିଛି କଥା ହୋଇ ନଥିଲେ । ବିବାହ ଭୋଜି ଦବାକୁ ନେଇ ଯେଉଁ ହଷ୍ଟେଲ ବିଷୟରେ ଚର୍ଚ୍ଚା ହୋଇଥିଲା ସେହି ବନ୍ଧୁ ମାନକ ସହ ବି କିଛି ସମୟ ଦେଇନଥିଲେ ।

ସାଧାରଣଭାବରେ ପରୀକ୍ଷା ଦେଇ ସିଧା ସଳଖ ବାହାରି ଯାଇଥିଲେ । ସୌମ୍ୟ ଙ୍କ ମୃତ୍ୟୁ ମାମଲା ର ତଦନ୍ତ ସରିଲେ ହିଁ ପ୍ରକୃତ କଥା ବାହାରକୁ ଆସିବା । ତେବେ ବିଦ୍ୟା ଏହି ସମୟ ରେ ମଧ୍ୟ ନିଜ ପରୀକ୍ଷା ଦେଇଛନ୍ତି ଏହି ଖବର ଚର୍ଚ୍ଚା ର ବିଷୟ ପାଲିଟିଛି ।

Leave a Reply

Your email address will not be published. Required fields are marked *