ରାଜ୍ୟ ଖବର

ଫେସବୁକ୍ ପ୍ରେମ ରେ ଫଶିଲେ ବିଧବା ମହିଳା…

ପ୍ରେମ ପାଇଁ ବହୁତ୍ ଘର ଗଢ଼ଉଠିଥିବା ବେଳେ ବହୁତ ଘର ଭାଙ୍ଗି ମଧ୍ୟ ଯାଏ । ତେବେ ଧୋକା, ପ୍ରତାରଣା ମିଳୁଥିବା ପ୍ରେମ କଣ ପ୍ରକୃତ ପ୍ରେମ ହୋଇଥାଏ । ଆସନ୍ତୁ ଜାଣିବା ସେମିତି ଗୋଟେ ଘଟଣା ସମ୍ପର୍କରେ ।

ବଲାଙ୍ଗିର ଜିଲ୍ଲା ର ଗୋଟେ ବିଧବା ମହିଳା । ଫେସ୍ ବୁକ୍ ରେ ଗୋଟେ ପୁଅ ର ଫ୍ରେଣ୍ଡ୍ ରିକୁୱେଷ୍ଟ କୁ ଗ୍ରହଣ କରିଥିଲେ। ସେବେଠୁ ପ୍ରତିଦିନ କଥା ବାର୍ତା ଆରମ୍ଭ ହୋଇଥିଲା । ସମ୍ପର୍କ ମଧ୍ୟ ମଜବୁତ ହୋଇଥିଲା । ତେବେ ଫେସ ବୁକ ରେ ଆସୁଥିବା ଫ୍ରେଣ୍ଡ ରିକୁୱେଷ୍ଟ କୁ ଗ୍ରହଣ କରିବା ଆଗରୁ ସେ ଅଜଣା ପିଲା ସମ୍ବନ୍ଧରେ ସମସ୍ତ କଥା ଆଗ ଜାଣିବା ଦରକାର ।

 

ତେବେ ଏହି ବିଧବା ମହିଳା ଜଣକ କିଛି ନ ଜାଣି ଅଚିହ୍ନା ବ୍ୟକ୍ତି ଙ୍କ ସହ ଚାଟିଙ୍ଗ କରିଥିଲେ । ପରେ ଫୋନରେ ମଧ୍ୟ କଥା ବାର୍ତା ହେଉଥିଲେ । ବନ୍ଧୁତା ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ । ପରେ ଦୁହେଁ ଏକାଠି ରହିବ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥଲେ । କିଛି ଦିନ ର ସମ୍ପର୍କ ପରେ ବ୍ୟକ୍ତି ଜଣକ ମହିଳା ଙ୍କୁ ଗାଳି ଓ ମାଡ଼ ମାରିବା ଆରମ୍ଭ କରିଦେଲେ ।

ପରେ ବ୍ୟକ୍ତି ଜଣକ ୬ ଲକ୍ଷ ଟଙ୍କା ମହିଳା ଙ୍କ ଠାରୁ ନେଇ ଫେରାର ହେଇଗଲେ । ଏବେ ମହିଳା ଜଣକ ନିରୁପାୟ ହୋଇ ଏ ଥାନା ରୁ ସେ ଥାନା ଯାଇ ନ୍ୟାୟ ମାଗୁଛନ୍ତି । ମହିଳା ଜଣକ କହିଛନ୍ତି ସେହି ବ୍ୟକ୍ତି ଜଣକ ବାଧ୍ୟ କରି ସାଙ୍ଗ ହୋଇ କଥା ହେଉଥିଲେ ଓ କୋଲଡ଼ ଡ୍ରିଙ୍କ ରେ କିଛି ମିସେଇ ନିଶା କରି ସମ୍ପର୍କ ରଖିଥିଲେ ଓ ପରେ ମହିଳାଙ୍କୁ ଫୋଟୋ ଓ ଭିଡ଼ିଓ ଦେଖେଇ ଭାଇରଲ କରିବା ର ଧମକ ଦେଇ ଟଙ୍କା ନେଉଥିଲେ । ତେବେ ଏମିତି କେବେ ଜଣକୁ ନ ଜାଣି ସମ୍ପର୍କ ସ୍ଥାପନ କରିବା ନିଶ୍ଚୟ ବିପଦ ର କାରଣ ହୋଇଥାଏ । ଏହି ଭଳି ବହୁତ ଘଟଣା ଆପଣ ମାନେ ଦେଖୁଥିବେ ।

Leave a Reply

Your email address will not be published. Required fields are marked *