ବାସ୍ତୁ ଅନୁଯାୟୀ, ଆମ ଆଖପାଖର ଜିନିଷ ଏବଂ ବାତାବରଣ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ | ସେହିପରି ଘରେ ପଡ଼ିଥିବା ଛୋଟ ଜିନିଷ ମଧ୍ୟ ନିଜର ଅଲଗା ମହତ୍ୱ ରଖିଥାଏ | ଏହାଦ୍ୱାରା ମଧ୍ୟ ଘରେ ସୁଖ- ସମୃଦ୍ଧି ଏବଂ ସମ୍ପନ୍ନତାର ବାସ ହୋଇଥାଏ | ଜୀବନରେ ଆର୍ଥିକ ଅବସ୍ଥା ଶକ୍ତିଶାଳୀ ହୋଇଥାଏ | ସେହିପରି ଯଦି ଜିନିଷଗୁଡିକୁ ଠିକ ଭାବରେ ରଖାଯାଏ ନାହିଁ, ତେବେ ଏହା ଅସୁବିଧାକୁ ସୃଷ୍ଟି କରିବାପାଇଁ ମଧ୍ୟ କାମ କରିଥାଏ | ଚାଲନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ |
ଝାଡୁ :-
ଝାଡୁ ଧନ ଦେବୀ ଲକ୍ଷ୍ମୀଙ୍କ ପ୍ରିୟ ବସ୍ତୁ ମଧ୍ୟରୁ ଗୋଟିଏ ଅଟେ | ଏପରି ପରିସ୍ଥିତିରେ ଏହା ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ବୋଲି କୁହାଯାଏ |ବାସ୍ତୁ ଅନୁଯାୟୀ ଝାଡୁକୁ ପାଦରେ ଲଗାଇବା, ଏହାର ଅପମାନିତ କରିବା, ଫିଙ୍ଗିବା କିମ୍ବା ଘରେ ଭଙ୍ଗା ଝାଡୁ ରଖିବା ଅଶୁଭ ବୋଲି କୁହାଯାଏ | ଏହାଦ୍ୱାରା ଘରେ ସମସ୍ୟା ସୃଷ୍ଟି ହୋଇଥାଏ | ବାସ୍ତୁ ଅନୁଯାୟୀ, ଝାଡୁକୁ ବ୍ୟବହାର କରିବା ପାରେ କୌଣସି ସ୍ଥାନରେ ଲୁଚାଇ ରଖିବା ଉଚିତ | ସୂର୍ଯ୍ୟାସ୍ତ ପାରେ ଝାଡୁ କରିବା ଉଚିତ ନୁହେଁ | ଅନ୍ୟଥା, ଆପଣଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ |
କଇଁଚି :-
ଘରର ସମ୍ପର୍କରେ କଇଁଚି ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ | ଏହାକୁ ଭୁଲ ଭାବରେ ବ୍ୟବହାର କଲେ ଘରର ସମ୍ପର୍କ ବିଗିଡ଼ିବାରେ ଲାଗିଥାଏ | ବାସ୍ତୁ ଅନୁସାରେ, କଇଁଚିକୁ ବ୍ୟବହାର କରିବାପରେ ତାକୁ କାଗଜ କିମ୍ବା କପଡା ଗୁଡ଼ାଇ ରଖିବା ଉଚିତ | କେହି ମାଗିଲେ ଆପଣ କଇଁଚି ଦେବାଠାରୁ ଦୁରେଇ ରୁହନ୍ତୁ | ନଚେତ ସେହି ବ୍ୟକ୍ତି ସହିତ ସମ୍ପର୍କ ଖରାପ ହୋଇପାରେ |
ଛୁରୀ :-
ଛୁରୀକୁ ସବୁବେଳେ ଓଲଟା ଅର୍ଥାତ ଏହାର ଧାରକୁ ତଳ ପଟକୁ କରି ରଖିବା ଉଚିତ | ଧାର ନ ଥିବା କିମ୍ବା ଜଙ୍କ ଲାଗିଥିବା ଛୁରୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ | ଏହାବ୍ୟତୀତ ବଡ଼ ଛୁରୀ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ବିଗିଡି ଯାଇପାରେ |
ରୋଷେଇଘରେ ବାସନ :-
ରୋଷେଇଘର ମଧ୍ୟ ସବୁବେଳେ ସଫାସୁତର ରଖିବା ଉଚିତ | ବାସ୍ତୁ ଅନୁଯାୟୀ, ଏଣେତେଣେ ହୋଇ ବାସନ ପଡ଼ିଥିଲେ, ଜୀବନରେ ସମସ୍ୟା ଆଣିଥାଏ | ଅପରିଷ୍କାର ବାସନରେ ରୋଷେଇ କରିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ | ରାତିରେ ଶୋଇବା ପୂର୍ବରୁ ସବୁ ଜିନିଷକୁ ସଜାଇ ରଖିବା ଉଚିତ ଏବଂ ରୋଷେଇଘରକୁ ସଫା କରିବା ଉଚିତ | ଶନିବାର ଦିନ ବାସନ କିଣିଲେ ଅଶୁଭ ହୋଇଥାଏ, ତେଣୁ ଏହି ଦିନ ବାସନ କିଣିବାର ଭୁଲ କରନ୍ତୁ ନାହିଁ |