କଥାବାଚକ କାଶୀନାଥ ମିଶ୍ର ଏଭଳି କିଛି କହି ଏବେ ଲୋକ ମାନଙ୍କୁ ଡରାଇଛନ୍ତି। ଏଭଳି କିଛି କଥା ସେ ଯୋଡ଼ିକି କହୁଛନ୍ତି ଯାହାର କି କୌଣସି ପ୍ରାସଙ୍ଗିକତା ମଧ୍ୟ ନାହିଁ। ନା ଏହାର କିଛି ପ୍ରମାଣ ମଧ୍ୟ ନାହିଁ। ନିଜ ଭକ୍ତ ମାନଙ୍କ ଆଗରେ ହିଁ ମିଛ କଥା ତାଙ୍କ ମନରେ ସେମାନେ ଭରି ନେଉଛନ୍ତି। ପୁଅ ତାଙ୍କର ଗୋଡ଼ ଉପରେ ତୁଳସୀ ଓ ଗୋଡ଼ ତଳେ ଗ୍ରନ୍ଥ ସବୁ ରଖି ବସିଥିଲା। ହେଲେ ବାପା ଏବେ ଯାହା କରିଛନ୍ତି ତାହା ଏହା ଠାରୁ ଅଧିକ ଅଟେ।ବାପା କହୁଛନ୍ତି କି ଯେତେବେଳେ ଋଷ୍ ସେନା ଭାରତ ଉପରେ ଆକ୍ରମଣ କରିବ ଗଜପତିଙ୍କ ସହିତ ତାଙ୍କର ଯୁକ୍ତି ତର୍କ ହେବ। ଏହାପରେ ସେ ଗଜପତିଙ୍କୁ ନେଇ ମଧ୍ୟ ଚୌଦ୍ଵାର ଜେଲ ଭିତରେ ହିଁ ପୁରେଇ ଦେବେ।
ଆଉ ଚୌଦ୍ଵାର ଜେଲ ରେ ହିଁ ସେ ତାଙ୍କ ସହ ବୁଝା ବଣା କରିବେ ବୋଲି ଏହା କହିଥିଲେ। ଏହାପରେ କିଛିଦିନ ଆସି ସେ ଖଣ୍ଡଗିରି ଆଶ୍ରମରେ ରହିବେ। ଆଉ ସେହି ଆଶ୍ରମ ଏବେ ସେ ରହିବ ଉଦ୍ଦେଶ୍ୟରେ ଖୋଲି ଛନ୍ତି।ଏହାପରେ ଗଜପତି ମହାରାଜ କୁଆଡେ ନେପାଳ ଚାଲି ଯିବେ। ମାଳିକା ରେ କୁଆଡେ କିଛି କଥା ଲେଖା ରହିଛି ଏହି ସମ୍ପର୍କରେ ହେଲେ ଏଠାରେ କିନ୍ତୁ ଆଉ କିଛି ଉପସ୍ଥାପିତ କରା ଯାଉଛି। ମାଳିକା ରେ ମଧ୍ୟ ରହିଛି ଗଜପତି ଙ୍କ ପରିବାର ଶେଷ ହୋଇ ଯିବ।
ଅର୍ଥାତ ମହାରାଜାଙ୍କ ଯେହେତୁ ଝିଅ ରହିଛନ୍ତି ଆଉ ତାଙ୍କର କେହି ହେଲେ ମଧ୍ୟ ପୁଅ ନାହାଁନ୍ତି ସେଥିପାଇଁ ସେଠାରେ ହିଁ ତାଙ୍କର ବଂଶ ଶେଷ ହୋଇଯିବ।ହେଲେ ସେହି କଥାକୁ ଏକ ଭିନ୍ନ ଢ଼ଙ୍ଗରେ ଉପସ୍ଥାପିତ କରିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍ ନିନ୍ଦା କରିଛନ୍ତି। ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।
https://youtu.be/mh3g4YsUTw4?si=vv0deUpvuoRtPhA4