ରାଜ୍ୟ ଖବର

ସରକାର ଆଉ ସରକାରୀ ସୁବିଧା କୁ ଶକ୍ତ ଚାପୁଡ଼ା : ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲି ରେ ନିଜ ସ୍ତ୍ରୀ କୁ ବୋହି ମେଡ଼ିକାଲ ନେଲେ ବୃଦ୍ଧ

ଆପଣ ମାନେ ବହୁତ ଗୁଡିଏ ସରକାର କରିଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିଥିବେ । ବହୁତ ସମୟରେ ବହୁତ କିଛି ସୁବିଧା ସୁଯୋଗ ର ବ୍ୟବସ୍ତା କରା ଯାଇଥାଏ । ତେବେ ଏହି ସବୁ ସୁବିଧା କଣ ସମସ୍ତେ ପାଇ ପାରୁଛନ୍ତି ? ଆସନ୍ତୁ ସେମିତି କିଛି ଖବର ଜାଣିବା ।

ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା ବ୍ଲକ ର ଗୋଟେ ଗ୍ରାମ ର ବିଶ୍ଵନାଥ ହାସଦା । ବୟସ ହେଇଗଲାଣି ହେଲେ ନିଜ ପତ୍ନୀ ଙ୍କ ଜୀବନ ରକ୍ଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ସେ । ସେମିତି କିଛି କରି ଦେଖେଇଛନ୍ତି ମଧ୍ୟ । ବିଶ୍ୱନାଥ ଙ୍କ ପତ୍ନୀ ପୋଖରୀ ରେ ଖସି ଯାଇ ବୁଡି ଯାଇଥିଲେ । ଗ୍ରାମବାସୀ ମିଶି ତାଙ୍କ ପତ୍ନୀ ଙ୍କୁ ଉଦ୍ଧାର କରିଥିଲେ । ହେଲେ ମେଡିକାଲ ନେବା ରେ କେହି ସାହାଯ୍ୟ କରି ନଥିଲେ ।

ଆମ୍ବୁଲାନ୍ସ ମଧ୍ୟ ପହଁଚି ନଥିଲା । ବହୁତ କଷ୍ଟ ପରେ ଶେଷରେ ଏହି ବୃଦ୍ଧ ନିଜେ ଗୋଟେ ଟ୍ରଲି ରେ ପତ୍ନୀଙ୍କୁ ସୁଆଇଦେଇ ମେଡିକାଲ କୁ ନେଇଥିଲେ । ବର୍ଷା ହେଉଥିବାରୁ ତାଙ୍କ ପତ୍ନୀ ଯେମିତି ଅଧିକା ଓଦା ନ ହେବେ ସେଥିପାଇଁ ଜରି ଘୋଡେଇ ଦେଇଥିଲେ । ଏହି ଦୃଶ୍ୟ ଦେଖିଲେ କାହା ଆଖି ରେ ଲୁହ ନ ଆସି ରହି ପାରିବ ନାହିଁ ।

କୁଆଡ଼େ ଗଲା ଆମ୍ବୁଲାନ୍ସ ବ୍ୟବସ୍ଥା । କଣ ଏବେ ଯାଏଁ ସେଠାରେ ଏହି ବ୍ୟବସ୍ଥା ପହଁଚି ପାରିନି । ଏହି ଭଳି କେତେ ଲୋକ ଯେ ହଇରାଣ ହେଉଥିବେ ତାହା କହି ହେବ ନାହିଁ ।

Leave a Reply

Your email address will not be published. Required fields are marked *