ଆପଣ ମାନେ ଜାଣିଥିବେ କି ସୁନା ଦୋକାନରେ GST ରେଡ ହେବାରୁ କିଭଳି ଭାବରେ ସୁନା ଦୋକାନୀଙ୍କ ମୃ-ତ୍ୟୁ ହୋଇ ଯାଇଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ରାଗି ଯାଇଥିଲେ। ଆଉ ତାଙ୍କୁ ପ୍ରଶ୍ନ କରିଥିଲେ କି ସେମାନେ କୋଉ ହିସାବରେ ଧନ ତେରସ ଦିନ ଦୋକାନକୁ ରେଡ କରିବା ପାଇଁ ଯାଇଥିଲେ। କାରଣ ସେଦିନ ଖୁବ ଭଲ ବିକ୍ରୀ ହୋଇଥାଏ। ତାଙ୍କୁ ଏହା ପ୍ରଶ୍ନ କରିଥିଲେ କି ତାଙ୍କର ବାପା ମାଆ ତାଙ୍କୁ ପଇସା ଦେଇ ପାଠ ପଢ଼ାଇ ଥିଲେ ନା ସେମାନେ ମାଗଣାରେ ପାଠ ପଢିଥିଲେ।
ହେଲେ ଏହାକୁ ନେଇ ବିଧାୟିକ ତାରା ବାହିନୀ ପତି ରାଗି ଯାଇଥିବା ବେଳେ ଅନ୍ୟ ପକ୍ଷରେ କିନ୍ତୁ GST ଅଫିସର ମାନେ କହିଛନ୍ତି ସେମାନେ ଅନ୍ୟ କେଉଁ କାରଣ ପାଇଁ ନୁହେଁ ବରଂ ସେମାନେ ସେହି ଦୋକାନ କୁ ଷ୍ଟକ୍ କେତେ ମାତ୍ରାରେ ଅଛି ତାହା ଦେଖିବାକୁ ଯାଇଥିଲେ।ଏହା ପଛରେ ତାଙ୍କର ଅନ୍ୟ କିଛି ହେଲେ ମଧ୍ୟ ଉଦ୍ଦେଶ୍ୟ ନଥିଲା। ହେଲେ ଏବେ ଯେଉଁ ସେହି ଦୋକାନୀ ଙ୍କ ଚିନ୍ତା ରେ ହାର୍ଟ ଆଟେକ୍ ରେ ମୃ-ତ୍ୟୁ ହୋଇଛି ଯାହାକୁ ନେଇ କଂଗ୍ରେସ୍ ବିଧାୟକ ତାରା ବାହିନୀ ପତି କହିଥିଲେ କି ଏସବୁ ପାଇଁ ସେହି GST ଅଫିସର ମାନେ ହିଁ ଦାୟୀ।
ତାଙ୍କୁ ଏଭଳି କରିବାର ନଥିଲା ଏଭଳି କରିବା ଦ୍ବାରା ଆଜି ସୁନା ଦୋକାନୀ ଆଉ ନାହାନ୍ତି।କାରଣ ତାଙ୍କର ବେପାର ସମୟରେ ହିଁ ତାଙ୍କ ଦୋକାନ ରେଡ କରାଯାଇ ଥିଲା।ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଲୋକମାନେ ମଧ୍ୟ ଅନେକ କଥା କହିବା ସହ ସେମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।