ମନୋରଞ୍ଜନ

ଅଧା ରେ ରହିଗଲା ମିହିର ଦାସ ଙ୍କ ଶେଷ ଫିଲ୍ମ “ଅବଶୋଷ”, କିଏ କରିବା ପୁରା..

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ମିହିର ଦାସଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ କିଣି ନେଇଛନ୍ତି।ସେ ଥିଲେ ଜଣେ ମାଟିର ମଣିଷ।ଅତୁଟ ସମ୍ପର୍କ ତାଙ୍କର ମାଟିରେ ରହିଥିଲା।ସେ ଜଣେ ସାଧାରଣ ଲୋକ। ପରଦାରେ ସେ କେବେ ହସାଉଥିଲେ ଓ କେବେ କନ୍ଦାଉଥିଲେ।

ସେ ତାଙ୍କ ନିଜ ଅଭିନୟରେ ନିଜକୁ ଦେଖୁଥିଲେ।ଅଭିନେତା ମିହିର ଦାସଙ୍କ ସେହି ଅଭିନୟ ଲୋକଙ୍କୁ ବହୁତ ସୁନ୍ଦର ଲାଗୁଥିଲା।”ପୁଅ ମୋର ଭୋଳା ଶଙ୍କର,କୁ ହେବ ଶୁଆ ପୋଷିଲେ,ସୂହାଗ ସିନ୍ଦୂର,ସୌଭାଗ୍ୟ ବତୀ,ମା ପରି କିଏ ହେବ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏହିପରି ବହୁତ ସୁପର ହିଟ୍ ଫିଲ୍ମ୍ କରିଛନ୍ତି।

ଅଭିନୟର ବନ୍ଧନ ତାଙ୍କୁ ମାଟି ସହିତ ବାନ୍ଧି ଦେଇଥିଲା।କିନ୍ତୁ ମିହିର ଦାସ ଙ୍କ ପ୍ରିୟ ଫିଲ୍ମ୍ ଏଯାଏଁ ରିଲିଜ୍ ହୋଇନାହିଁ।ସେ ସିନା ଚାଲିଗଲେ କିନ୍ତୁ ତାଙ୍କ ପ୍ରିୟ ଫିଲ୍ମ୍ ରିଲିଜ୍ ହେବା ପୂର୍ବରୁ ଦେଖିପାରିଲେ ନାହିଁ।ସେ କାକା ହୋଇ ଇଲେକ୍ସନ ଓ କାକା ହୋଇ ଶିଲେକ୍ସନ୍ କରୁଥିଲେ।

ସେ କିନ୍ତୁ ନିଜ ପ୍ରିୟ ବା ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ରେ ଶିଲେକ୍ସନ୍ କରିଥିଲେ।ଏକ ସାକ୍ଷାତକାରରେ ତାଙ୍କୁ ପଚରା ଯାଉଥିଲା ତାଙ୍କୁ କେଉଁ ଫିଲ୍ମ୍ ଭଲ ଲାଗେ?ଏବଂ ସେ କହିଥିଲେ “ମାଟିର ବନ୍ଧନ”।ଏହି ଫିଲ୍ମ୍ ଟି ତାଙ୍କର ବହୁତ ପ୍ରିୟ ଥିଲା।କିନ୍ତୁ ରିଲିଜ୍ ହେବା ପୂର୍ବରୁ ସେ ଆଖି ବୁଜିଦେଲେ। ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଫିଲ୍ମ୍ ଟି କରୁଥିଲେ।

Leave a Reply

Your email address will not be published. Required fields are marked *