ବାବା ରେ କି ଦୁର୍ଘଟଣା… ଉଫ… କାର ହେଇଗଲା ଚୁନା, ଖଣ୍ଡ ଖଣ୍ଡ ହେଲା ଶବ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ସଡ଼କ ଦୁର୍ଘଟଣା ବିଷୟରେ କିଛି ଖବର ଜାଣିପାରିବେ । କାଳରାତ୍ରିର ଘନ ଅନ୍ଧକାରରେ ଏଭଳି ସବୁ ଘଟଣା ଘଟିଗଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । କାଳରାତ୍ରିର ଘନ ଅନ୍ଧାରରେ ଗଛରେ ପିଟିହେଲା କାର ଆଉ ଘଟିଗଲା ଦୁର୍ଘଟଣା । ଆଉ କାର ଏଭଳି ପିଟି ହୋଇଥିଲା ଯେ କାର ଡ୍ରାଇଭର ଜଣକ ସତ ଚେଷ୍ଟା କରିବା ପରେ ମଧ୍ୟ ସେ ବାହାରି ପାରିନଥିଲେ । ଗଛ ଆଉ କାର ଭିତରେ ଚିପି ହୋଇ ରହିଥିଲା ଏହି ଡ୍ରାଇଭର ଜଣଙ୍କର ଦୁଇଟି ଗୋଡ ।

ଆଉ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି କାର ମାଲିକ ଜଣକ ପଡି ରହିଥିଲେ । ରାତିରେ ଏଭଳି ଘଟଣା ଘଟିଥିଲା ଆଉ ଏହି ଡ୍ରାଇଭର ଜଣକ ସକାଳକୁ ଚାହିଁ ରହିଥିଲେ । ଆଉ ମଝିରେ ମଝିରେ ଚିତ୍କାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିଲେ । ସେ ଏତେ କଷ୍ଟରେ ଥିଲେ ଯାହା କଳ୍ପନା କରିଲେ ଆଖିକୁ ଲୁହ ଆସିଯିବ । ବହୁତ କଷ୍ଟରେ ଥିଲେ ଏହି କାର ଚାଳକ ଜଣକ । ସେ ରାତି ସାରା ମଝିରେ ମଝିରେ ଚିତ୍କାର କରୁଥିଲେ ଆଉ ତାଙ୍କ ମନରେ ଆସୁଥିଲା କେହି ନା କେହି ତାଙ୍କର ଚିତ୍କାର ଶୁଣି ତାଙ୍କୁ ରକ୍ଷା କରିବେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ଆଉ ସବୁଦିନ ପାଇଁ ଆଖି ବୁଜି ଦେଲେ ଏହି କାର ମାଲିକ ଜଣକ ।

କାର ମାଲିକ ଜଣକ ରାତି ସାରା ଚିତ୍କାର କରୁଥିଲେ ଆଉ ଶୀତ ରାତିରେ କେହି ବି ତାଙ୍କର ଚିତ୍କାର ଶୁଣି ନଥିଲେ । ଆଉ ଏହାପରେ ସକାଳୁ ସକାଳୁ ସେଠାରେ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଲେ । ଆଉ ଏହି ମାଲିକ ଜଣଙ୍କୁ ମେଡିକାଲ ଯିବା ବାଟରେ ତାଙ୍କର ଦେହାନ୍ତ ହୋଇଗଲା । ବଲାଙ୍ଗୀର ଜିଲ୍ଲା ବେଲ ପାହାଡ ଥାନା ପୁଡ଼ିଂ ଛକ ନିକଟରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଆଦିତ୍ୟ ଅଗ୍ରୱାଲଙ୍କ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ରାତିସାରା ଏହି ବ୍ୟକ୍ତି ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆଉ ଆଜି ତାଙ୍କର ଦେହାନ୍ତ ଘଟିଛି । ସତରେ ଏହି ଘଟଣା ଶୁଣି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Comment