ପ୍ରେମିକ କୁ ଡାକି ନିର୍ଦ୍ଧୁମ ମାଡ଼ ମାରିଲେ ପ୍ରେମିକା, video ହେଇଗଲା viral

ପ୍ରେମିକା ଜଣଙ୍କ ଛଳନା କରି ପ୍ରେମିକ ଙ୍କୁ ଡାକିଥିଲେ।ସେ ଯେତେବେଳେ ଯାଇଥିଲେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ।ପ୍ରେମର ଭରଷାରେ ଏତେ ଯେ ସାଙ୍ଘାତିକ ହେବ କେବେ ଭାବି ନଥିବେ।ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଯୁବକଙ୍କୁ ଭର୍ତି କରାଯାଇଛି।

କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳର ସମୀର ଶାନ୍ତ ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ।ଗତ ୪ ବର୍ଷ ପୂର୍ବେ ଭଦ୍ରକ ଅଞ୍ଚଳ ଥାନା ଅନ୍ତର୍ଗତ ମନ୍ଦିରରେ ପ୍ରେମ ବିବାହ କରିଥିଲେ।ଯୁବତୀ ବାପ ଘରେ ରହୁଥିଲେ ଏବଂ ସମୀର ନିଜ ଘରେ ରହୁଥିଲେ।

୩ ମାସ ହେଲାଣି ଫୋନରେ କଥା ହେଉଥିଲେ।ତାପରେ ୨ ଜଣଙ୍କ ଭିତରେ କଥା ହୋଇଥିଲା କି ଗତ କାଲି ଭଦ୍ରକ କୁ ଆସି ତାଙ୍କୁ ନେଇ ଯିବା ପାଇଁ କହିଥିଲେ।ତାପରେ ଯୋଜନା ମୁତାବକ ଯୁବତୀଙ୍କ ଭିଣୋଇ ଓ ଭାଇମାନେ ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ବୋଲି ଯୁବକ ଜଣଙ୍କ କହିଛନ୍ତି।

https://youtu.be/d85AWqk6Nm8

 

ସେହି ଜାଗାରୁ ଅଟୋ ରେ ବସାଇ ଯୁବତୀଙ୍କ ବାପ ଘର ଲୋକେ ନେଇ ଆହୁରି ବାଡେଇଛନ୍ତି।ଗ୍ରାମବାସୀମାନେ ଜାଣିଲା ପରେ ଅଚେତ୍ ଅବସ୍ଥାରେ ଥିବା ସମୀରଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଘରଲୋକଙ୍କୁ ମଧ୍ୟ ଖବର ଦେଇଥିଲେ।ସମୀର ଏକ ଲିଖିତ ଆକାରରେ ଭଦ୍ରକ ଥାନାରେ ଦେଇଥିଲେ।ପୋଲିସ ଏବେ ତଦନ୍ତ କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top