ଜ୍ୟୋତିଷ ଶାସ୍ତ୍ର

ସୋରିଷ ତେଲର ଏହି ବ୍ୟବହାର, ଆପଣଙ୍କ ଘରୁ ଖରାପ ଶକ୍ତିକୁ ଦୂରରେ ରଖି

ଘରର ବାସ୍ତୁ ଆପଣଙ୍କ ଜନ୍ମ କୁଣ୍ଡଳୀ ଉପରେ ଯେତେ ପ୍ରଭାବ ପକାଇଥାଏ, ସେହି ଅନୁସାରେ ଆପଣଙ୍କ ଜୀବନରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ | ଯେଉଁ ସ୍ଥାନରେ ଆପଣ ରହୁଛନ୍ତି, ସେହି ଜାଗାର ଦିଗ ଠିକ ହେବା ସେହି ଘରର ବାସ୍ତୁ ଠିକ ରହିବା ବହୁତ ଜରୁରୀ ଅଟେ | ଅନେକଥର ଦେଖାଯାଇଛି ଯେ ଲୋକମାନେ ନିଜର ଘର ନିର୍ମାଣ ବାସ୍ତୁ ଅନୁଯାୟୀ ତ କରିନିଅନ୍ତି, କିନ୍ତୁ ଏପରି ଅନେକ କଥା ଭୁଲିଯାନ୍ତି କିମ୍ବା ଅଣଦେଖା କରିଦିଅନ୍ତି | ଯେଉଁ କାରଣରୁ ତାଙ୍କ ଘରେ ନକାରାତ୍ମକ ଶକ୍ତି ରହେ |

ବାସ୍ତୁ ଅନୁଯାୟୀ, ଘର ନିର୍ମାଣ ହେବାପରେ ମଧ୍ୟ ଅନେକ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ | ଯେପରିକି ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ନ ହେବ | ତେବେ ଘରର କବାଟ ଏବଂ ମୁଖ୍ୟ ଦ୍ୱାରା ଉପରେ ମଧ୍ୟ ବାସ୍ତୁ ଅନୁଯାୟୀ ଧ୍ୟାନ ଦେବା ଉଚିତ | ଯଦି ଆପଣ କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ କର୍କଶ ଶବ୍ଦ ଶୁଭାଯାଉଛି, ତେବେ ଏପରି ସ୍ଥିତିରେ ଭୟଙ୍କର ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ | ବ୍ୟକ୍ତିର ଭାଗ୍ୟ ସ୍ଥାନ ଘରର ଗ୍ୟାଲେରୀ ହୋଇଥାଏ | ତେବେ ଯଦି ଆପଣ ନିଜ ଭାଗ୍ୟକୁ ଚମକାଇବା ପାଇଁ ଚାହୁଁଛନ୍ତି, ତେବେ କବାଟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ |

ସପ୍ତାହକୁ ଥରେ ଶନିବାର ଦିନ ଘରର କବାଟରେ ସୋରିଷ ତେଲ ଢ଼ାଳିବା ଉଚିତ | ଏପରି କଲେ ରାହୁର ପ୍ରଭାବ ଶାନ୍ତ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ପଶି ନଥାଏ | ଘରର କବାଟ ଗୁଡ଼ିକରୁ କେବେ ବି କର୍କଶ ଧ୍ୱନି ଆସିବାକୁ ଦିଅନ୍ତୁ ନାହିଁ | ସୋରିଷ ତେଲର ବ୍ୟବହାର ଏହି କାମ ପାଇଁ ବହୁତ ଲାଭକାରୀ ଅଟେ | କାରଣ ଯେତେବେଳେ ବି ଏପରି ଧ୍ୱନି ସୃଷ୍ଟି ହେବ, ତେବେ ଜାଣି ନିଅନ୍ତୁ ଯେ ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଯାଉଛି |

ଘରର କବାଟଗୁଡିକୁ ବ୍ରହ୍ମ ମୁହୂର୍ତ୍ତ ସମୟରେ ସଫା କରନ୍ତୁ, ଗଙ୍ଗାଜଳ ଛିଞ୍ଚନ୍ତୁ | ପରେ ସିନ୍ଦୁର ନେଇ ଦୁଇ କୋଣରେ ଲଗାଇ ଦିଅନ୍ତୁ | ଧନରେ ବୃଦ୍ଧି ହେବ |

ପ୍ରତିଦିନ ମୁଖ୍ୟଦ୍ଵାରକୁ ଆମ୍ବ ପତ୍ରରେ ସଜାଇବା ଦ୍ୱାରା ଘରେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ |

Leave a Reply

Your email address will not be published. Required fields are marked *