ରାଜ୍ୟ ଖବରଭାଇରାଲ ଭିଡିଓ

ଜିଅନ୍ତା ବିଲୁଆକୁ ଗିଳି ପକେଇଲା ଅଜଗର, ଭିଡିଓରେ ଦେଖନ୍ତୁ ଗଛରେ ଝୁଲି ରହି କିପରି କଲା ଶି-କା-ର

ଅଜଗରର ନାମ ଶୁଣିବାମାତ୍ରେ ଆମ ମନରେ ଏକ ବିଶାଳ ସାପର ଚିତ୍ର ତିଆରି ହୋଇଯାଏ, ଯିଏ କି ଯେକୌଣସି ପଶୁକୁ ଜିଅନ୍ତା ଗିଳିଦେଇଥାଏ | ବେଳେବେଳେ ସେ ମଣିଷକୁ ମଧ୍ୟ ନିଜର ଶି-କା-ର କରିନିଏ ଏବଂ ତାକୁ ମଧ୍ୟ ଗି-ଳି-ଦି-ଏ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଗୋଟିଏ ଅଜଗର କୌଣସି ଏକ ପଶୁକୁ ଜିଅନ୍ତା ଗିଳିବାପାଇଁ ଚେଷ୍ଟା କରୁଥିବାର ଦେଖାଯାଇପାରେ | ଏହି ଭିଡିଓକୁ ଦେଖି ବିଶ୍ୱାସ କରନ୍ତୁ ଆପଣଙ୍କ ଲୋମ ଟାଙ୍କୁରି ଉଠିବ | କାରଣ ଏହି ଭିଡିଓରେ ଅଜଗର ଯେ କୌଣସି ପ୍ରକାରେ ଅଜଗରକୁ ଶି-କା-ର କରିଛି, ତାହା ସତରେ ବହୁତ ଭୟଙ୍କର ଅଟେ |

ଏହି ଭିଡିଓକୁ ମଧ୍ୟ ଡାର୍କ ସାଇଡ ଅଫ ନେଚର ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୭୦ ହଜାରରୁ ଅଧିକ ଭ୍ୟୁ ଏବଂ ପ୍ରାୟ ୨୬୦୦ ଲାଇକ ମିଳିଛି | ଏହାବ୍ୟତୀତ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ରିଟ୍ୱିଟ ମିଳିଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଅଜଗର କୌଣସି ଏକ ଗଛରେ ଝୁଲି ରହିଛି ଏବଂ ସେ କୌଣସି ଏକ ପଶୁକୁ ଧରିଛି | ଏହି ପଶୁ ଦେଖିବାକୁ ଏକ ବିଲୁଆ ପରି ଦେଖାଯାଉଛି |

ଅଜଗର ବିଲୁଆର ପୁରା ଶରୀରକୁ ଗୁଡେଇ ରଖିଛି ଏବଂ ସେ ତାକୁ ଗିଳିବାପାଇଁ ଚେଷ୍ଟା କରୁଛି | ବିଲୁଆ ଅଜଗର କବଳରୁ ମୁକୁଳିବା ପାଇଁ ବହୁତ ଚେଷ୍ଟା କରୁଛି | କିନ୍ତୁ ଅଜଗର ତାକୁ ଏତେ ଜୋରରେ ଧରିଛି ଯେ ସେ ବାହାରି ପାରୁନାହିଁ | ଅଜଗର ଗଛରେ ଝୁଲି ଝୁଲି ହିଁ ନିଜ ଶିକାରକୁ ଗିଳିବାକୁ ଚେଷ୍ଟା କରୁଛି | ଏହି ସମୟରେ ତାର ସନ୍ତୁଳନ ବିଗିଡି ଯାଏ ଏବଂ ଅଚାନକ ସେ ଗଛରୁ ତଳକୁ ପଡ଼ିବାକୁ ଲାଗେ, କିନ୍ତୁ ଅଜଗର ନିଜ ଲାଞ୍ଜକୁ ଗଛର ଡାଳରେ ଗୁଡେଇ ହୋଇ ରଖିଥାଏ |

ଯାହା କାରଣରୁ ସେ ତଳକୁ ପଡେନାହିଁ ଏବଂ ତାର ପାଟି ତଳ ଆଡକୁ ଝୁଲି ପଡେ | ଅଜଗର ପାଟିରେ ବର୍ତ୍ତମାନ ମଧ୍ୟ ତାର ଶିକାର ଫସି ରହିଥାଏ, ଯାହାକୁ ସେ ବେକ ପର୍ଯ୍ୟନ୍ତ ଗିଳିଥାଏ | ଏହାପରେ କଣ ହେଲା, ଏହା ଭିଡିଓରେ ନାହିଁ | କିନ୍ତୁ ଏହି ଭିଡିଓ ଦେଖିବାପରେ ଜଣାପଡୁଛି ଯେ ଅଜଗର ନିଜ ଶିକାରକୁ ଗିଳି ଦେଇଥିବ |

Leave a Reply

Your email address will not be published. Required fields are marked *