ରାଜନୀତି ଆଉ ଅନ୍ୟାୟ ସବୁ ଦିନ ଚାଲିଛି, ହେଲେ ଗତକାଲି ମମିତା ଙ୍କ ଚରିତ୍ର ସଂହାର ନେଇ ହେଉଥିବା ହଟ କମଟ କୁ ନେଇ ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀ କିଛି ମତ ରଖିଛନ୍ତି
ସେ କହିଛନ୍ତି ମମିତା ଙ୍କ ବାପା ମା ହୁଏତ ମନ୍ତ୍ରୀ ଙ୍କ ଚାପ୍ ରେ ଆସି ଏଭଳି କିଛି ନିଷ୍ପତି ନେଇଛନ୍ତି ଆଉ ସେମାନେ ଯେଉଁ ଚରିତ୍ର ସଂହାର କଥା କହିଲେ ତା ମନେ କଣ୍, ମିଡ଼ିଆ ମମିତା ଙ୍କ ପାଇଁ ଲଢ଼ୁଥିଲା ହେଲେ ଆଜି ନିଜେ ସେଇ ମାନେ ଆସି କହିଦେଲେ କି ଆମର କିଛି ନ୍ୟାୟ ମିଡିଆ ଠୁ ଦରକାର ନାହିଁ, ଆଉ ଆମର ସରକାର ଙ୍କ ଉପରେ ଭରସା ଅଛି
ହୁଏତ ସେମାନଙ୍କୁ ମନ୍ତ୍ରୀ ଡରେଇ ଥାଇ ପାରନ୍ତି ନହେଲେ ବଶୀଭୂତ କରିଥାଇ ପାରନ୍ତି , ହେଲେ ଏସବୁ ଆଗରୁ ଆମେ ଜାଣିଥଲୁ
ସରକାର ଙ୍କ ହାତରେ ପାୱାର, ସେ ସବୁ କିଛି କରିପାରିବେ ଆଉ କରୁଛନ୍ତି ମଧ୍ୟ ଆଉ ରହିଲା ନ୍ୟାୟ କଥା ଯେଉଁ ନ୍ୟାୟ ସେ ଆଶା କରୁଛନ୍ତି ସରକାର ଦେବେ, ସେଇଟା ସେମାନେ ନିଜେ ବି ଜାଣିଛନ୍ତି କେବେ ମିଳିବନି
https://youtu.be/4jqXhp1CSes
ସତରେ ଏଠି ଲୋକ ଙ୍କ ପାଇଁ ଭଲ କାମ କଲେ ଲୋକ ଓଲଟା ଦୋଷ ଦେବେ, ଦେଖା ଯାଉ କେଉଁ ପାଣି କେଉଁଠି କୁ ଯାଉଛି