ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କୁ ଆସିଲା ମାରିବା ପାଇଁ ଧମକ। ବାବା ସିଦ୍ଦିକି ଙ୍କ ଭଳି ଅବସ୍ଥା କରିବା ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଆସିଲା ଧମକ। ଯଦି ଆଗାମୀ ଦଶ ଦିନ ମଧ୍ୟରେ ଯୋଗୀ ଆଦିତ୍ୟ ନାଥ ନିଜ ପଦବୀ ରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କର ଅବସ୍ଥା ବାବା ସିଦ୍ଦିକି ଙ୍କ ଭଳି ହେବ ବୋଲି ଏକ ଧମକ ପୁର୍ଣ୍ଣ କଲ୍ ଆସିଛି ମୁମ୍ବାଇ ପୋଲିସ କୁ। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।ମୁମ୍ବାଇ ପୋଲିସ ର କଣ୍ଟ୍ରୋଲ ରୁମ କୁ ଏକ ଅଜଣା ନମ୍ୱର୍ ରୁ କଲ୍ ଆସିଥିଲା। ଆଉ କେହି ଜଣେ ଅଜଣା ବ୍ୟକ୍ତି ଏହା ଫୋନ କରି ଧମକ ମଧ୍ୟ ଦେଇଥିଲା।
ଖବର ଅନୁସାରେ ମହାରାଷ୍ଟ୍ରରେ ଏନସିପି ନେତା ବାବା ସିଦ୍ଦିକି ଙ୍କୁ ଗୁଳି କରାଯାଇ ହ-ତ୍ୟା କରାଯାଇ ଥିଲା। ଯେଉଁଥିରେ କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏଭଳି ଏକ ହ-ତ୍ୟା-କାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ହ-ତ୍ୟା ପୂର୍ବରୁ ପ୍ରାୟ ଦେଢ଼ ମାସ ଧରି ହ-ତ୍ୟା କରିବାକୁ,ମୁମ୍ବାଇ ରେ ରହି ବାବା ସିଦ୍ଦିକି ଙ୍କ ଉପରେ ନଜର ରଖି ଆସୁଥିଲେ। ବାବା ସିଦ୍ଦିକି ଙ୍କୁ ମାରିଥିବା ସୁଟର ମାନେ ହ-ତ୍ୟା ପୁର୍ବରୁ ଜେଲ ରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଙ୍କ ଭାଇ ଅନୁଙ୍କ ସହ କଥା ହୋଇଥିଲେ। ଯେଉଁ ଥିରେ ଅନୁ ମଧ୍ୟ ପ୍ରବୀଣ ଅହମ୍ମଦ ସହ ଯୋଗା ଯୋଗ ରେ ଥିଲେ।
ବର୍ତ୍ତମାନ ମଧ୍ୟ ଯେତେବେଳେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍ କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କୁ ମାରିବାକୁ ଧମକ ଆସିଥିଲା ,ସେଥିପାଇଁ ଏବେ ଯୋଗୀ ଆଦିତ୍ୟ ନାଥ ଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଜାଣି ପାରୁ ନାହାଁନ୍ତି କି ବାସ୍ତବରେ ବାବା ସିଦ୍ଦିକି ଙ୍କୁ ଏଭଳି ଧମକ କିଏ ଦେଇ ଥାଇ ପାରେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।