ଆଠ ହଜାର ଟଙ୍କା ଦେଇ ଯୁବତୀଙ୍କ ଠାରୁ ଠକି ନେଲେ ୪ ଲକ୍ଷ ୩୫ ହଜାର ଟଙ୍କା। କଲେଜ କର୍ତୃପକ୍ଷ ଙ୍କ ନାମରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ଭୁବନେଶ୍ୱର କଳିଙ୍ଗନଗର ଥିବା ଏକ କଲେଜ ର କର୍ତ୍ତୃପକ୍ଷ ମନୋଜ କୁମାର୍ ପ୍ରଧାନ ଙ୍କ ନାମରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଭରତପୁର ଥାନାରେ ଏବେ ଅଭିଯୋଗ କରିଛନ୍ତି କର୍ମଚାରୀ। କଲେଜ ର ସିନିୟର୍ କୋର୍ଡିନେଟର ଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ନେଇ,ଠକିଥିବା ସହ କୋର୍ଡିନେଟରଙ୍କ ଭଉଣୀଙ୍କ ଠାରୁ ମଧ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଏବେ ଟଙ୍କା ଫେରାଉ ନଥିବା ଅଭିଯୋଗ ହୋଇଛି।
ଏଭଳି କି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି କର୍ତ୍ତୃପକ୍ଷ ମନୋଜ କୁମାର ପ୍ରଧାନ। ଟଙ୍କା ନେବା ପରେ ସେ ଆଉ ଟଙ୍କା ଫେରାଉ ନଥିଲେ। ସଂପୃକ୍ତ କର୍ମଚାରୀ ଟଙ୍କା ମାଗିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ,ମାରି ଦେବା ପାଇଁ ଧମକ ଦେଉଥିବା ଏବେ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହୋଇଛି ଏବେ ଭରତପୁର ଥାନାରେ। ଅଭିଯୋଗ କରିଥିବା ଯୁବତୀ ଜଣକ ହେଉଛନ୍ତି ବବି ପରିଡ଼ା।
ଯାହାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଏବେ ଅଭିଯୋଗ ହୋଇଛି । କେତେବେଳେ କଲେଜ ର କାମ ତ କେତେବେଳେ ନିଜ ବ୍ୟକ୍ତିଗତ କାମ ଦର୍ଶାଇ କାକୁତି ବିନତୀ ହୋଇ ଟଙ୍କା ନେଉଥିଲେ,କଲେଜ୍ ର ଏହି ଓନର ମନୋଜ କୁମାର୍ ପ୍ରଧାନ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ମଧ୍ଯ ଏବେ ଏହାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି। କେତେକ ଏହି ଠକ ମାନଙ୍କ ଜାଲରେ ନପଡ଼ିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।