ମୁହଁ ଖୋଲିଲେ କର୍ମଚାରୀ…କହିଲେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ

ସିଡ଼ିପିଓ ଙ୍କୁ ନେଇ ଏବେ ଯେଉଁ ବିବାଦ ଚାଲିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣାର ମଧ୍ୟ ଖୁବ୍ ଜୋରେ ତଦନ୍ତ ହେବାରେ ଲାଗିଛି। ତିନିଜଣିଆ କମିଟି ଏବେ ଜଣକ ପରେ ଜଣକୁ ଜେରା କରିବାରେ ଲାଗି ପଡ଼ିଛନ୍ତି।

କଣ ଘଟିଥିଲା ସେଦିନ? ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ? ଆଉ ପୁରା ଘଟଣା କଣ ଥିଲା ତାହା ନେଇ ଏବେ ଖୁବ ତଦନ୍ତ ହେବାରେ ଲାଗିଛି।ଏପଟେ ତଦନ୍ତ ଚାଲିଥିବା ବେଳେ ସେପଟେ ଆକ୍ସନ ମଧ୍ୟ ନିଆ ଯାଇଛି।

ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବିଭାଗୀୟ ସିଡିପିଓ ଥିଲେ ତାଙ୍କୁ ଅପସରଣ କରି ନିଆ ଯାଇଛି କାରଣ ତଦନ୍ତ ପ୍ରକ୍ରିୟା ରେ ଯେମିତି କୌଣସି ବାଧା ହେବ ନାହିଁ। ସେଠାରେ ସିଡିପିଓ ଙ୍କ ଆଚରଣ ଉପରେ ସମସ୍ତେ ମଧ୍ୟ ଖୁବ ଅସନ୍ତୁଷ୍ଟ ଥିଲେ। ତାଙ୍କ ଉପରେ ପ୍ରାୟତଃ ସମସ୍ତ କର୍ମଚାରୀ ମାନେ ଖୁବ୍ ବିତୃଷ୍ନା ଭାବ ମଧ୍ୟ ରଖିଥିଲେ।

ସିଡିପିଓ କାହାରିକୁ ମଧ୍ୟ ଭଲ ବ୍ୟବହାର କରୁ ନଥିଲେ ବୋଲି ଏହା ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏଭଳି କି ସେଠାକାର ନାଇଟ ୱାଚ ମ୍ୟାନ ମଧ୍ୟ ସିଡିପିଓ ଙ୍କ ନାମରେ ଅଭିଯୋଗ କରିଛନ୍ତି। ସେଠାରେ ସେ ୨୦୦୩ ମସିହାରୁ ରହିଛନ୍ତି।

ହେଲେ ଯେଉଁଦିନ ସେଠାରେ ଏଭଳି ଘଟଣା ଘଟିଥିଲା ସେଦିନ ସେ ଅଫିସ୍ ଆସି ନଥିଲେ ଆଉ ପାଟି ତୁଣ୍ଡ ଶୁଣି ହିଁ ସେ ଆସିଲେ।ସିଡିପିଓ ତାଙ୍କୁ ଡେରି ରେ ଆସିବାର କାରଣ ପଚାରି ଥିଲେ।ସେ ତାହାର କାରଣ କହିଥିଲେ କି ପାଟି ଶୁଣି ସେ ଆସିଛନ୍ତି ବୋଲି।

ମାନବିକତା ଦୃଷ୍ଟି କୋଣରୁ ସେହି ଗର୍ଭବତୀ ମହିଳାଙ୍କୁ ସିଡିପିଓ ଙ୍କ ମେଡ଼ିକାଲ ନେଇଯିବା ଉଚିତ ଥିଲା ବୋଲି ଏହି ନାଇଟ ୱାଚ ମ୍ୟାନ ଜଣକ କହିଥିଲେ ମାତ୍ର ସିଡିପିଓ ସେଭଳି କିଛି କରି ନଥିଲେ। ଯାହାକୁ ନେଇ ଏବେ ଏହି ଘଟଣାର ଖୁବ ଜୋରେ ତଦନ୍ତ ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣା ପଡ଼ିବ ବୋଲି ସୁଚନା ମିଳିଛି।

Leave a Comment