ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଲୁଣ ସହ ଭାତ ଖାଉଛି ସାନ ଭାଇ କାନ୍ଦୁଛି ବଡ଼ ଭଉଣୀ…

ଭାତ ସହ ଲୁଣ ଲଗାଇ ଖାଉଛି ସାନ ଭାଇ ଆଉ ଏହାକୁ ଦେଖି ଏବେ ଖୁବ୍ ଜୋରେ କାନ୍ଦିବା ରେ ଲାଗିଛି ବଡ଼ ଭଉଣୀ। ଏପଟେ ଲାଜ ଲାଗୁଛି ଭିକ ମାଗିବା ପାଇଁ ହେଲେ କଣ କରିବେ କେମିତି ଚଳିବେ ସେକଥା ସେ ନିଜେ ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। କାରଣ ତାଙ୍କର ଆଉ କିଛି ହେଲେ ମଧ୍ୟ ଉପାୟ ନାହିଁ। ଭାଇ ଭଉଣୀ ଖାଇ ପିଇ ଖେଳିବା ବୟସରେ ହିଁ ଏବେ ଘର ଘର ବୁଲି ମାଗୁଛନ୍ତି ସେମାନେ ଭିକ।ଖାଇବାକୁ ସିନା ଲୋକମାନେ ତାଙ୍କୁ ଚାଉଳ ମୁଠେ ଦେଇ ଦେଉଛନ୍ତି। ହେଲେ ତାକୁ ଭାତ କରିଦେବା ପରେ ତାହାକୁ ଲଗେଇ ଖାଇବା ପାଇଁ ତରକାରୀ କିଛି ହେଲେ ମଧ୍ୟ ନାହିଁ। ସେମିତି ସେମାନେ ଲୁଣ କୁ ଲଗାଇ ଭାଇ ଭଉଣୀ ଦୁଇଜଣ ଖାଇବାରେ ଲାଗିଛନ୍ତି।

ଏହାକୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ବାହାରି ଆସିବ। ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ କି ଏମାନଙ୍କର ବାପା ମାଆ ଏବେ କେଉଁଠାରେ ଅଛନ୍ତି।ଏଦୁନିଆ ରେ ଆଉ ତାଙ୍କର ବାପା ମାଆ ନାହାଁନ୍ତି। ସେଥିପାଇଁ ଆଜି ବାପା ମାଆ ଙ୍କ ଏଭଳି ଅବସ୍ଥା ହୋଇ ଯାଇଛି। ବଡ଼ ଭଉଣୀ ବଡ଼ ବୁଦ୍ଧିମାନ ହେଇ ଗଲାଣି ସେଥିପାଇଁ ସେ ଦିନ ରାତି ଖୁବ୍ କଠୋର ପରିଶ୍ରମ କରିବାରେ ଲାଗି ପଡ଼ିଛନ୍ତି। କାଠ ଆଣିବା ଠାରୁ ଆରମ୍ଭ କରି ଭାତ ରୋଷେଇ କରିବା ପର୍ଯ୍ୟନ୍ତ ସବୁ କିଛି କରୁଛନ୍ତି।

ବାପା ମାଆ ଆଉ ଫେରିବେନି ବୋଲି ଏବେ ଏହି ବୟସରେ ସବୁ କିଛି ବୁଝି ଯାଇଛି ବଡ଼ ଝିଅ।ବୟସ ମାତ୍ର ୧୨ ବର୍ଷ ହେଲେ ସବୁ କିଛି ସମ୍ଭାଳି ନେଉଛି। ଏତେ କମ୍ ବୟସରେ ତିନି ଭାଇ ଭଉଣୀ କୁ ଚଳାଉଛି ବଡ଼ ଭଉଣୀ। ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର , ରାଇରାମ୍ ଚନ୍ଦ୍ରପୁର ପଞ୍ଚାୟତରେ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ। ତେବେ ଯଦି ଆପଣ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ତାହା ମଧ୍ୟ କରି ପାରିବେ।

Leave a Comment