ଆପଣ ମାନେ ଜାଣିଥିବେ କି ଗତ କିଛି ବର୍ଷ ତଳେ ବାରିମୂଳ ଆଶ୍ରମର ସାରଥୀ ବାବା ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲେ। ଏହାପରେ ଏବେ ପୁଣି ଥରେ ଏତେ ସବୁ ହେଲା ପରେ ମଧ୍ୟ ଲୋକମାନେ ଏବେ ତାଙ୍କୁ ଭୁଲି ନାହାଁନ୍ତି। ଏବେ ମଧ୍ୟ ତାଙ୍କର ଅନେକ ଭକ୍ତ ମାନେ ଅଛନ୍ତି ଯେଉଁମାନେ କି ଆଜି ମଧ୍ଯ ତାଙ୍କୁ ସମର୍ଥନ କରୁଛନ୍ତି। ଏବେ ପୁଣି ଥରେ ସାରଥୀ ବାବା ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।କାରଣ ନିକଟରେ ତାଙ୍କର ଜନ୍ମଦିନ ଥିଲା। ଆଉ ଅନେକ ସ୍ଥାନରେ ଥିବା ତାଙ୍କର ଭକ୍ତ ମାନେ ଖୁବ ଧୁମଧାମ ରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏବେ ସୋସିଆଲ ମିଡିଆରେ ତାଙ୍କର ଭକ୍ତଙ୍କ ପ୍ରତିକ୍ରିୟା ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯାହା ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ଭଦ୍ରକ ଜିଲ୍ଲାରେ ସାରଥୀ ବାବାଙ୍କ ଭକ୍ତ ମାନେ ତାଙ୍କର ଜନ୍ମଦିନ ଉପଲକ୍ଷେ ଏକ ଦରିଦ୍ର ନାରାୟଣ ସେବା ଆରମ୍ଭ କରିଥିଲେ।ଜନ୍ମ ଦିନ ପାଇଁ ହିଁ ସେମାନେ ଏଭଳି କିଛି କରିଥିଲେ। ସେମାନେ କହିଥିଲେ କି ବିଶ୍ଵାସ କରୁଛନ୍ତି ବୋଲି ହିଁ ସେ ଶେଷ ଯାଏଁ ରହିଛନ୍ତି। ଆରମ୍ଭରୁ ହିଁ ସେ ବିଶ୍ବାସ କରି ଆସିଛନ୍ତି। କାରଣ ଯାହା ସେ ଅନୁଭଵ କରିଛନ୍ତି ଓ ଆଖିରେ ଦେଖିଛନ୍ତି ତାହାକୁ ସେ ଆଦୌ ହେଲେ ମଧ୍ୟ ଅବିଶ୍ବାସ କରି ପାରିବେ ନାହିଁ।
ଏବେ ୧୫ ଦିନ ତଳେ ତାଙ୍କ କାନ୍ଥରେ ଏକ ଚିତ୍ର ହୋଇଥିଲା ଆଉ ସେହି କାନ୍ଥରେ ଥିଲେ ଶ୍ରୀକୃଷ୍ଣ। ଆଉ ସେ ଯେଉଁ ଗୋମାତା ଉପରେ ଥିଲେ,ସେହି ଗୋମାତା ଠାରୁ ତାଙ୍କର ସାରଥୀ ବାବା କ୍ଷୀର ବାହାର କରିଥିବା କଥା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କେତେକ ଲୋକେ ଏହାକୁ ବିଶ୍ବାସ କରି ଥିବା ବେଳେ କେତେକ ଏହାକୁ ବିରୋଧ ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।