ରାଜ୍ୟ ଖବର

କୁଳାଙ୍ଗାର ପୁଅ : ବାପା ଶୋଉଚି ବାରଣ୍ଡା ରେ, ପୁଅ ଶୋଉଚି ପଲଙ୍କ ରେ…

ବାପା ମା ପିଲା ଙ୍କ ଭଲ ପାଇଁ କେତେ ପୂଜା ମାନସିକ କରିଥାନ୍ତି । ନିଜ ପାଇଁ କିଛି ନ ମାଗି ନିଜ ସନ୍ତାନ ର ଉନ୍ନତି କାମନା କରିଥାନ୍ତି । ପୁଅ ଟିଏ ପାଇବା ପାଇଁ ଠାକୁର ଙ୍କ ପାଖରେ ଗୁହାରି କରନ୍ତି ଦିନ ରାତି ।

ଏହି ଦୁନିଆ ରେ ବାପା ମା ଛଡା ଆଉ କିଏ ନିଜର ନୁହଁନ୍ତି । ହେଲେ ଯେତେବେଳେ ପୁଅ ଟି ବାପା ମା ଙ୍କୁ ପଚାରେ ନାହିଁ ।ସେତେବେଳେ ବୃଦ୍ଧା ବାପା ମା ଙ୍କ ପାଇଁ ଏହା ଠୁ ବେସି ଦୁଃଖ ଆଉ କଣ ହେବ । ଆସନ୍ତୁ ସେମିତି ହୁର୍ଦୟ ବିଦାରକ ଘଟଣା ଉପରେ ନଜର ଦେବା ।

ଘଟଣା ଟି ହେଉଛି ଯାଜପୁର ର । ଯାଜପୁର ରେ ବଣିଆଗଡ଼ିଆ ଗାଁ ରେ ରୁହନ୍ତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ । ତାଙ୍କର ଦୁଇ ଟି ପୁଅ । ଦୁଇ ଜଣ ଯାକ ବିବାହ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଙ୍କ ସ୍ତ୍ରୀ ପନ୍ଦର ବର୍ଷ ତଳୁ ଆରପାରିକି ଚାଲିଯାଇଛନ୍ତି । ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଙ୍କ ବୟସ ୭୫ ବର୍ଷ । ହେଲେ ଏହି ବାର୍ଦ୍ଧକ୍ୟ ବୟସରେ ତାଙ୍କ ଦୁଃଖ ବହୁତ । ତାଙ୍କ ଦୁଃଖ କଥା ଶୁଣିଲେ କାହା ଆଖିରେ ଲୁହ ରହିବ ନାହିଁ ।

ପୁଅ ଦୁହିଁଙ୍କ ବିବାହ ସରିବା ପରେ ବୁଢା ବାପା ଟି ନିଜର ସବୁ ସମ୍ପତ୍ତି କୁ ପୁଅ ମାନଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ହେଲେ ସମ୍ପତ୍ତି ପାଇଲା ପରେ ପୁଅ ମାନେ ଆଉ ବୁଢା ବାପା କୁ ପଚାରୁନାହାନ୍ତି । ବାପା ଏବେ ବୋଝ ଭଳି ଲାଗୁଛନ୍ତି ତାଙ୍କୁ । ଏମିତି କି ଧକ୍କା ମାରି ଘରୁ ବାହାର କରିଦେଇଛସନ୍ତି ପୁଅ ବୋହୂ ।

ଆଉ ଏବେ ବୁଢା ବାପା ର ଘର ସାଜିଛି ଗାଁ ସ୍କୁଲ ର ବାରଣ୍ଡା । ସତରେ କଣ ଗୋଟେ ପୁଅ ଏମିତି ନିଷ୍ଠୁର ହେଇପାରେ । ବାପା ମା କେତେ କଷ୍ଟ କରି ଛୁଆଙ୍କୁ ଛୋଟ ରୁ ବଡ଼ କରିଥାନ୍ତି । ଆଶା ଥାଏ ପୁଅ ବଡ଼ ହେବ ତାଙ୍କର ସବୁ ସ୍ୱପ୍ନ ପୂରଣ କରିବ । ବୁଢା ବୟସରେ ଆଶାବାଡ଼ି ସାଯିବ ।

ହେଲେ ଏହି ବୁଢାବାପା ଟି ର ସବୁ ଆଶା ଧୂଳିସାତ ହେଇଯାଇଛି । ସ୍କୁଲ ବାରଣ୍ଡା ରେ ପଡି ରହିଛି ବୁଢା ବାପା । ବାର୍ଦ୍ଧକ୍ୟ ଭତା ରେ ମିଳୁଥିବା ୫୦୦ ଟଙ୍କା ରେ କେବଳ ବିସ୍କୁଟ କିଣି ଖାଇ ରହୁଛନ୍ତି । ପାଖ ମନ୍ଦିର ରେ ବେଳେ ବେଳେ କିଛି ଖାଇବା ଖାଇଥାନ୍ତି ନ ହେଲେ କିଏ କିଛି ଦେଲେ ତାକୁ ଖାଇ ରହିଯାନ୍ତି ଏହି ବୃଦ୍ଧ ।

ପୁଅ ଙ୍କ ବିଷୟରେ କହିଲା ବେଳେ ଆଖିରେ ଲୁହ ଅଟକେଇପାରୁନାହାନ୍ତି ସେ । ଜୀବନରେ ଏମିତି ବି ପରିସ୍ଥିତି ଦେଖିବେ ପୁଅ ମାନେ ଏମିତି ପର କରିଦେବେ ଏହା କୌଣସି ବାପା ମା କଣ ଆଶା ରଖିଥିବେ । ବହୁତ କଷ୍ଟରେ ଜୀବନ ବିତୁଛି ତାଙ୍କର । ସତରେ ଜୀବନ ର ଏହି କରାଳ ରୂପ କୁ ଦେଖିଲେ ଲାଗୁଛି ଏମିତି ସନ୍ତାନ ଥିବା ଅପେକ୍ଷା କେହି ନଥିବା ହିଁ ଭଲ ।

 

ତେବେ ପ୍ରଶାସନ ଏହି ବୃଦ୍ଧ ଙ୍କ ଦୁଃଖ କୁ ବୁଝି ତାଙ୍କ ପାଇଁ କିଛି ବ୍ୟବସ୍ଥା କରିବା ସହ ତାଙ୍କ ପୁଅ ମାନଙ୍କ ପାଇଁ ଉଚିତ ପଦକ୍ଷେପ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *