ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଘରେ ଏହି ଜିନିଷ ଥିବ, ସେହି ଘରେ କେବେ ବି ଧନର ଅଭାବ ହେବନାହିଁ

ହିନ୍ଦୁ ଧର୍ମ ଅନୁଯାୟୀ ଏପରି ବହୁତ ଦେବା-ଦେବୀ ଅଛନ୍ତି, ଯେଉଁମାନଙ୍କୁ ପୂଜା କରାଯାଏ, ଯେଉଁମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଲୋକ ଶ୍ରୀକୃଷ୍ଣ ଏବଂ ଶ୍ରୀରାମଙ୍କୁ ପୂଜା କରିଥାନ୍ତି | ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରୀକୃଷ୍ଣ ହିଁ ଶ୍ରୀରାମଙ୍କ ପ୍ରତିରୂପ ଅଟନ୍ତି | ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଯେ ତାର କେବେହେଲେ ଧନର ଅଭାବ ନ ହେଉ | କିନ୍ତୁ କ୍ଷତିକୁ କେହି ବି ଅଟକାଇ ପାରିବେନାହିଁ |

ଥରେ ଶ୍ରୀକୃଷ୍ଣଙ୍କୁ କେହି ଜଣେ ପଚାରିଦେଲା ଯେ ଘରେ ଏପରି କେଉଁ ଜିନିଷ ରଖାଯିବ, ଯାହାଦ୍ୱାରା କେବେ ହେଲେ ଧନ ଦୌଲତର ଅଭାବ ହେବନାହିଁ | ଏହା ଉପରେ ଶ୍ରୀକୃଷ୍ଣ ବହୁତ ଜିନିଷ କହିଥିଲେ, ଯେଉଁଥିରୁ ଆମେ କିଛି ଜିନିଷ ତଳେ କହିବାକୁ ଯାଉଛୁ | ଯଦି ଆପଣ ମଧ୍ୟ ଏହି ଜିନିଷ ଆପଣଙ୍କ ଘରେ ରଖନ୍ତି, ତେବେ ଆପଣଙ୍କ ଘର ମଧ୍ୟ ଧନରେ ସବୁବେଳେ ଭର୍ତ୍ତି ହୋଇ ରହିବ |

– ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ଘରେ ମହୁ ଥାଏ, ସେହି ଘରେ କେବେ ବି ଟଙ୍କାର କୌଣସି ଅଭାବ ହୋଇନଥାଏ |

– ଘରେ ସବୁବେଳେ ସଫା ପାଣି ରଖିବା ଉଚିତ ଏବଂ ଘରକୁ ଯଦି ଅତିଥି ଆସିବେ, ତେବେ ସେମାନଙ୍କୁ ସମ୍ମାନର ସହିତ ସଫା ପାଣି ନିଶ୍ଚିତ ପିଆନ୍ତୁ | ଏହାଦ୍ୱାରା ଘରେ ଥିବା କୁଣ୍ଡଳୀ ଦୋଷ ସବୁଦିନ ପାଇଁ ଦୂର ହୋଇଯାଏ ଏବଂ କୌଣସି ଅସୁବିଧା ହୋଇନଥାଏ |

– ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ଘରେ ଦେଶୀ ଘିଅରେ ଦୀପ ଜାଳିବାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଶେଷ ହୋଇଯିବ ଏବଂ ସବୁବେଳେ ଧନ ଦୌଲତ ଏବଂ ସୁଖଶାନ୍ତି ରହିବ |

– ଘରେ ଚନ୍ଦନ କାଠ ରଖାଯିବା ଦ୍ୱାରା କେବେ କୌଣସି ବାସ୍ତୁ ଦୋଷ ଆସିନଥାଏ ଏବଂ ସେହି ଘର ସବୁବେଳେ ସୁଖୀ ରହିଥାଏ |

– ଘରେ ବୀଣା ରଖିବା ଦ୍ୱାରା ମଧ୍ୟ ଘରେ କେବେ କୌଣସି ନକାରାତ୍ମକ ଶକ୍ତିର ବାସ ହୋଇନଥାଏ ଏବଂ ସବୁବେଳେ ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି |

Leave a Reply

Your email address will not be published. Required fields are marked *