ମିଶନ ଶକ୍ତି ଯୋଜନାକୁ ନେଇ ଉପୁଜିଲା ବିବାଦ, ସ୍କୁଟି ଦେଇ ହତାଉଛନ୍ତି ଭୋଟ!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଯେଉଁ ସ୍କୁଟି ଯୋଜନା କରିଛନ୍ତି ତାହାକୁ ବର୍ତ୍ତମାନ୍ ସମୟରେ ବିଜେପି କଡା ସମାଲୋଚନା କରିଛି। କାରଣ ଏହି ସ୍କୁଟି ଯୋଜନା ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ପ୍ରଦାନ କରାଯାଉଛି।

ବିଜେପି କହିଛି କି ଏ ହେଉଛି ଏକ ଯୋଜନା ଯାହାକି ନିର୍ବାଚନକୁ ଆଖି ଠାର ମାରିବା ପାଇଁ। ବାସ୍ତବିକ୍ ଏହି ଯୋଜନାର କେତେ ମହିଳା ଉପକୃତ ହେବେ ସେଥିପାଇଁ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଅତୀତରେ ମଧ୍ୟ ଅନେକ ଯୋଜନା ମାନ ରାଜ୍ୟ ସରକାର କରିଛନ୍ତି ଯଦି ସେ ଯୋଜନା ଗୁଡ଼ିକୁ ଆମେ ଦେଖିବା ତାହା ଫ୍ଲପ୍ ଯୋକନା ବୋଲି ବିଜେପି କହିଛି। ଯେତେବେଳେ ମୋ ପକ୍କା ଘର ଓ ମୋ କୁଡିଆ ଘର ଫେଲ ମାରିଲା , ମୋ ପକ୍କା ଘର ଖଣି ମଧ୍ୟ ଫେଲ ମାରିଲା।

ଆଉ କେନ୍ଦ୍ରୀୟ ସ୍ତରରେ ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ମାନଙ୍କୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ଏହାପରେ ରାଜ୍ୟ ସରକାର ଙ୍କ ଏହି ଯୋଜନା ଗୁଡିକ ଗୋଟେ ପରେ ଗୋଟେ ଫେଲ ମାରିଥିଲା।

ଏବେ ରାଜ୍ୟ ସରକାର ମୋ ଘର ଯୋଜନାରେ ଋଣ ଯୋଗାଇ ଦେବା ସହ ସ୍କୁଟି ମଧ୍ୟ ଯୋଗାଇ ଦେବା ପାଇଁ କହିଛନ୍ତି। ଓଡିଶାର ଜନ ସାଧାରଣ ଙ୍କୁ ସିଧା ସଳଖ ଭାବରେ ରାଜ୍ୟ ସରକାର ନାତ ମାରୁଛନ୍ତି ବୋଲି ବିଜେପି କହିଛି।

କୌଣସି ପ୍ରକାରର ଆର୍ଥିକ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ବ୍ୟାପାରରେ ନେବା ପାଇଁ ଏହି ମିଶନ ରେ ସେଭଳି କିଛି ନାହିଁ। ଏହା ମିଶନ ଶକ୍ତି ର ମହିଳା ମାନେ ମଧ୍ୟ ସ୍ବୀକାର କରିଛନ୍ତି।

ସେଥିପାଇଁ ବିଜେପି କହିଛି କି ଏବେ ଯେତେବେଳେ ମହିଳା ମାନେ କିଛି ଲାଭ ନପାଇ ତାଙ୍କ ନିକଟରୁ ଦୂରେଇ ଯାଉଛନ୍ତି ସେଥିପାଇଁ ସରକାର ଏହି ସ୍କୁଟି ଯୋଜନା କରିଛନ୍ତି। ସେ କହିଥିଲେ କି ବ୍ୟାଙ୍କ୍ ଋଣ ଦେବ ନାହିଁ ଆଉ ମହିଳା ମାନେ ମଧ୍ୟ ସ୍କୁଟି ପାଇ ପାରିବେ ନାହିଁ।

ତେଣୁ ଏହାକୁ ଏକ ଫ୍ଲଫ୍ ଯୋଜନା ବୋଲି ବିଜେପି ବିଧାୟକ ଜଣକ କହିଥିଲେ। ତେବେ ଏହି ଯୋଜନା ମାନଙ୍କ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Leave a Comment

Your email address will not be published. Required fields are marked *

Scroll to Top