ମା ପାଲଟି ଗଲା ସଇତାନ ଚିପିଦେଲା ଛୁଆ ତଣ୍ଟି ଦେଖନ୍ତୁ ବର୍ବରତା ର କରୁଣ ଚିତ୍ର

ଜଣେ ସ୍ତ୍ରୀ ଲୋକ ଏମିତି ଏକ କାଣ୍ଡ ଘଟାଇଛନ୍ତି ଯାହା ସାରା ନାରୀ ଜାତି ଓ ମାତୃତ୍ଵ କୁ କଳଙ୍କିତ କରିଛି।ମହିଳା ଜଣଙ୍କ ନିଜ କୁନି ପୁଅର ତଣ୍ଟି ଚିପି,ତଣ୍ଟି ରେ ପଥର ବନ୍ଧିଦେଇ କୂଅକୁ ଫୋପାଡି ଦେଇଛନ୍ତି।ନିଜ ପଣତ କାନିରେ ଯେଉଁ ମା ଛୁଆକୁ ସବୁବେଳେ ଢାଙ୍କି ରଖିଥାଏ,ଯେଉଁ ହାତରେ ଗେହ୍ଲ କରିଥାଏ ସେହି ହାତରେ କିପରି ଛୁଆର ତଣ୍ଟି ଚିପିଦେଲେ।

ନିଜ ଗ-ର୍ଭରୁ ଛୁଆକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖେଇ ଥିଲେ।ମାତ୍ର ଦୁଇ ମାସ ହୋଇନଥିଲା ଛୁଆଟି ର ଜୀବନ ନେଇଯାଇଛି ମା।ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥିବା କଲହରେ ବଳି ପଡ଼ିଯାଇଛି ନିଷ୍ପାପ ଛୁଆଟି।କେନ୍ଦ୍ରାପଡ଼ା ଜିଲ୍ଲାର କାନପୁର ଗ୍ରାମରେ ଘଟିଯାଇଛି ଏମିତି ଏକ ଘଟଣା।

ମହିଳାଙ୍କ ସ୍ବାମୀ କହିଛନ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡ ଦୋଷ ଅଛି।ସେ ଏହି ପିଲାକୁ ରଖିବାକୁ ଚାହୁଁ ନାହାନ୍ତି।ରାତିରେ ଖାଇସାରି ସମସ୍ତେ ଶୋଇବା ପରେ ଲକ୍ଷ୍ମୀ ପ୍ରିୟା ଶେଷକୁ ମଶାରୀ ଭିତରୁ ଛୁଆଟି କୁ ଟାଣି ଆଣି ତାର ତଣ୍ଟି ଚିପି ମାରି ଦେଇଥିଲେ।ତାପରେ ପରିବାର ଲୋକ ସନ୍ଦେହ କରିବେ ବୋଲି ଭାବିଥିଲେ।

ସେଥିପାଇଁ ଏକ ଅଖାରେ ପୁରାଇ ପଥର ବାନ୍ଧି ନିକଟରେ ଥିବା ଏକ କୂଅକୁ ଫିଙ୍ଗି ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ସମବାହିନୀଙ୍କୁ ଡକାଇ ମୃ-ତ ଶିଶୁଟି କୁ କୂଅ ଭିତରୁ ଉଦ୍ଧାର କରିଥିଲେ।ମହିଳା ଜଣଙ୍କ ଏମିତି କରିଛନ୍ତି ବୋଲି ସବୁ ସତ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top