ଅନଲାଇନ୍ କ୍ଲାସ୍ ରେ ଠିକ୍ ସେ ପାଠ ନ ପଢିବାରୁ ନିଜ ୩ ବର୍ଷ ଛୁଆ କୁ ତଣ୍ଟି ଚିପି ମାରିଦେଲା ମା

ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନ୍ଲାଇନ୍ କ୍ଲାସରେ ସଠିକ୍ ଭାବେ ଯୋଗ ଦେଇ ନ ଥିବାରୁ ତାଙ୍କ ସାଢେ ତିନି ବର୍ଷର ପୁଅକୁ ତକିଆରେ ଚାପି ହ-ତ୍ୟା କରିଥିଲେ। ଯେତେବେଳେ ଶିଶୁଟିକୁ ହ-ତ୍ୟା କରିବା ପରେ ମହିଳା ଜଣକ ତାଙ୍କ ଅପରାଧରେ ଅନୁତାପ କରିଥିଲେ, ସେତେବେଳେ ସେ ଫାଶୀ ଲଗାଇ ଆ-ତ୍ମ-ହ-ତ୍ୟା ମଧ୍ୟ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ମାମଲା ପାଥର୍ଡି ଫାଟା ଅଞ୍ଚଳରେ ଅବସ୍ଥିତ ସାଇ ସିଦ୍ଧ ଆପାର୍ଟମେଣ୍ଟର ଅଟେ। ପୋଲିସ କହିଛି ଯେ ସୋମବାର (9 ଅଗଷ୍ଟ 2021) ରାତି ପ୍ରାୟ 9:30 ସମୟରେ ମହିଳା ଜଣକ ଆ-ତ୍ମ-ହ-ତ୍ୟା କରିଥିଲେ।

ସେ ତାଙ୍କ ନାବାଳକ ପୁଅ ଅନଲାଇନ୍ କ୍ଲାସରେ ପଢ଼ୁଥିବାରୁ କ୍ରୋଧିତ ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ ଏକ ଆ-ତ୍ମ-ହ-ତ୍ୟା ନୋଟ ମଧ୍ୟ ଲେଖିଥିଲେ।

ଯେଉଁଥିରେ ଲେଖା ଥିଲା କି ମୋ ଛୁଆ ସବୁ ବେଳେ ଦୁଷ୍ଟାମୀ କରୁଛି ଆଉ ପାଠ ପଢା ରେ ଜମା ରୁ ମନ ଧ୍ୟାନ ଦେଉନି, ମୁ ତାକୁ ସବୁ ବେଳେ ବୁଝାଉଚି ହେଲେ ସେ ମୋ କଥା କୁ ଟିକେ ବି ହେଲେ ଶୁଣି ପାଠ ରେ ମନ ଦେଉନି, ମୁ ରାଗ ରେ ତାକୁ ଏବେ ମାରିଦେଇଛି ଆଉ ମୁଁ ବି ବଞ୍ଚିବାକୁ ଚାହୁଁନି

ନିଜ ହାତରେ ମୋ ପୁଅ କୁ ଶେଷ କରିଦେଲି ଆଉ କଣ ଅଛି ଯେ ବଞ୍ଚିବି, ମୁ ବି ଯାଉଚି ରୁ ଦୁନିଆ କୁ ଛାଡ଼ିକି, ମତେ ସବୁ କ୍ଷମା କରିଦେବ, ଏହି ଘଟଣାର ତଦନ୍ତ କରୁଥିବା ସହକାରୀ ପୋଲିସ କମିଶନର ସୋହେଲ ଶେଖ କହିଛନ୍ତି ଯେ ଶିଖା ସୋମବାର ସନ୍ଧ୍ୟା ପ୍ରାୟ 5 ଟା ସମୟରେ ତକିଆରେ ମୁହଁ ଦବାଇ ପୁଅକୁ ହ-ତ୍ୟା କରିଛନ୍ତି। ଏହି ମାମଲାରେ ଇନ୍ଦିରାନଗର ପୋଲିସ ଷ୍ଟେସନରେ ହ-ତ୍ୟା ଓ ଆ-ତ୍ମ-ହ-ତ୍ୟା ମାମଲା ରୁଜୁ ହୋଇଛି।

Leave a Comment