ମୁଁ କ୍ଲାସରେ ମଦ ପିଇନାହିଁ… ସେ ଖେଳଶିକ୍ଷକ ମୋତେ ମିଛରେ ବଦନାମ୍ କରୁଛି

ଆମେ ଏବେ ଆପଣଙ୍କୁ ବିଦ୍ୟାଳୟର ଗଣିତ ଶିକ୍ଷକ ଅଶାନ୍ତ ବେହେରାଙ୍କ ସମ୍ପର୍କରେ କହିବାକୁ ଯାଉଛୁ। ଏହି ଶିକ୍ଷକ ମଦ୍ୟପାନ କରୁଥିବା ଖବର କୁ ଜଣେ ଖେଳ ଶିକ୍ଷକ ସମସ୍ତ ମିଡ଼ିଆ କୁ ଟଙ୍କା ଲୋଭ ଦେଖାଇ ମିଛ ଖବର ପ୍ରସାରଣ କରିବା ପାଇଁ ଧମକ ଦେଇଥିଲେ। ଜଣେ ଶିକ୍ଷକ ହାଫ୍ ପ୍ୟାଣ୍ଟ ପିନ୍ଧି ପାଠ ପଢ଼ାଇଲା ବୋଲି ଏହି ଖେଳ ଶିକ୍ଷକଙ୍କ ମୁଣ୍ଡକୁ ରାଗ ଚିଡି ଯାଇଥିଲା।କେମିତି ସେ ଶିକ୍ଷକ ଜଣକୁ ବଦନାମ କରିବେ ତାହା ଚିନ୍ତା କରୁଥିଲେ।ହେଲେ ତାଙ୍କୁ କେବେ ହେଲେ ମଧ୍ୟ ଏନେଇ ସୁଯୋଗ ମିଳି ନଥିଲା। ଜଣେ ଯଦି ଭଲ କାମ କରେ ତାକୁ ଯଦି ଅନ୍ୟ ଜଣେ ଭଲ ପାଏ ତେବେ ତାକୁ ଆଉଜଣେ ସହି ପାରେ ନାହିଁ।

ସେମିତି ଆଜି ଏହି ଶିକ୍ଷକଙ୍କ ସହ ହୋଇଛି। ଯାହାକୁ ନେଇ ଏବେ ବିଦ୍ୟାଳୟର ଭିତିରିଆ ଭିଡିଓ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେନ୍ତୁଳିବେଲାରୀ କୁସୁପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ।ଖେଳ ଶିକ୍ଷକଙ୍କ ଭିଡିଓ ସୁଟ୍ ଏବେ ଦାଣ୍ଡରେ ପଡ଼ି ହାତ ରେ ଗଡି ଲାଣି। ସେ ବିଦ୍ୟାଳୟର ବିଭିନ୍ନ ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ଏହା ବିଦ୍ୟାଳୟର ଗରିମା ମୟ ଇତିହାସ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଦ୍ୟାଳୟର କ୍ରୀଡା ଅର୍ଥକୁ ମନମୁଖୀ ଭାବରେ ଚଳୁ କରି ବିଦ୍ୟାଳୟରେ ଦବଙ୍ଗଗିରି କୁ ପିଲାମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ।ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ଭିଡିଓ ସୁଟ୍ ଓ ମନମୁଖୀ ଭାବରେ କାମ କରିବା ପାଇଁ ଏଭଳି ଅନ୍ୟାନ୍ୟ ଶିକ୍ଷକଙ୍କୁ ଖରାପ୍ କହିବା ଓ ଆରୋପ ଲଗାଇବାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ପୁରାତନ ଛାତ୍ରଛାତ୍ରୀ ମାନେ। ତଥା ସେହି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Leave a Comment