Odia ଭାଉଜ ଙ୍କ laxmi ପୁରାଣ, ଦେଖନ୍ତୁ ଭାଇରାଲ video

ସୋସିଆଲ ମିଡିଆରେ ଭାଉଜଙ୍କ ଆଧୁନିକ ଲକ୍ଷ୍ମୀ ପୁରାଣ କଥା ବହୁତ ଭାଇରାଲ୍ ହେଉଛି ।ଭାଉଜ ଜଣଙ୍କ କଣ କହୁଛନ୍ତି ଜାଣନ୍ତୁ।ବଳରାମ ଦାଶଙ୍କ କାମ ଧନ୍ଦା କିଛି ନଥିଲା ସେ ବସିକି ଲେଖିଥିଲା। ତା ସ୍ତ୍ରୀ କୁ କୋଉ ଗାଁ ଗଣ୍ଡା ରୁ ଆଣିଥିଲା, ଲିପିବ।ଆଜି କାଲି ଏସବୁ କିଏ କରୁଛି?ସ୍ବାମୀ ଯାହା କହିବେ ମାନିବ,କଥାରେ ଉଠ ବସ ହେବ।

ସ୍ବାମୀ ମନା କରିଲା ଚଣ୍ଡାଳ ଘରକୁ ଯିବୁନି।ଲକ୍ଷ୍ମୀ କାଇଁ ପଳେଇଲେ ସ୍ବାମୀ କଥା ମାନିକି ରହିଲେନି।ରାତି ୪ଟା ରୁ ଗାଧେଇବା,ମୁଣ୍ଡ ଧୋଇବ,ଦେହରେ ତେଲ ଲଗେଇ ନାହିଁ।ଧଳା ଲୁଗା ପିନ୍ଧିବ।କଣ ଦେଖାଯିବ କହିଲ, ପାଗିଳୀ।ଲକ୍ଷ୍ମୀ ଏସବୁ କହିଛନ୍ତିି?ଏଇ ବଳରାମ କହିକି ଗଲା ଭୋଗୁଛେ ଆମେ। ସିଏ ଲେଖିଛି ଲକ୍ଷ୍ମୀ ହେଲେ ନରେନ୍ଦ୍ର ମୋଦି ଓ ଜଗନ୍ନାଥ ହେଲେ ମୁଖ୍ୟମନ୍ତ୍ରୀ।

ଜଗନ୍ନାଥଙ୍କର କିଛି ଶକ୍ତି ନଥିଲା।ଆଉ କହିଛନ୍ତି ଏଇ ଯୁଗରେ ବଳରାମ ଦାସ୍ ଥିଲେ ଲେଖିଥାନ୍ତେ – “ଯେଉଁ ନାରୀମାନେ ମୋବାଇଲ କୁ ଧରନ୍ତି,ତାଙ୍କ ପାଶେ ଲକ୍ଷ୍ମୀ କେବେ ନ ଯାଆନ୍ତି।ଯେଉଁ ନାରୀ ଟିଭି ଦେଖୁଥାଇ,ତାହା ପାଶେ ଲକ୍ଷ୍ମୀ କେବେ ଯାଆନ୍ତି ନାହିଁ।ଯେଉଁ ନାରୀ ମେକପ୍ ହୁଅଇ,ତାହାର ଦୁଃଖ କହିଲେ ଯେ ନ ସରାଇ।

ଯେଉଁ ନାରୀ ଖାଲି ବିଗ୍ ବଜାର ବୁଲଇ, ତା ପାଶେ ଲକ୍ଷ୍ମୀ କେବେ ଯାଆନ୍ତି ନାହିଁ।ଏମନ୍ତ ନାରୀକୁ କେବେ କିଛି ନ ମିଳଇ,ଯେତେ ଅରଜିଲେ କେବେ ପେଟ ନ ପୁରାଇ”।ଏଇୟା ବଳରାମ ଦାସ ଲେଖିଥାନ୍ତେ।ଯଦି ଲେଖିଥାନ୍ତେ ତାହେଲେ ଆମର ମୋବାଇଲ,ଟିଭି ସବୁ ବନ୍ଦ କରି ଦେଇଥାନ୍ତା।

Leave a Comment