ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଟ୍ରକ୍, ଲୋକମାନେ ସାହାଯ୍ୟ କରିବା ବଦଳରେ ବୋହିନେଲେ ସବୁ କୁକୁଡ଼ା!

 

ନମସ୍କାର ପାଠକ ବନ୍ଧୁ। ଓଲଟିଲା କୁକୁଡ଼ା ବୋଝେଇ ଟ୍ରକ।ଯିଏ ଯେମିତି ପାରିଲେ ବୋହି ନେଲେ କୁକୁଡ଼ା ନିଜ ଘର କୁ।ଏମିତି କିଛି ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।କୁକୁଡ଼ା ବା କାହାର ପ୍ରିୟ ନ ଥାଏ।ହେଲେ ଯେତେବେଳେ ତାହା ମାଗଣା ମିଳି ଥାଏ।

ତାହା ସମସ୍ତଙ୍କୁ ବେଶୀ ପସନ୍ଦ ଆସି ଥାଏ।ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଆଗ୍ରା ଜାତୀୟ ରାଜପଥ ରେ।ଗୋଟିଏ ବଡ ଟ୍ରକ ସେଠାରେ ଓଲଟି ପଡ଼ି ଥିଲା।ଏହା ପରେ ଯାହା ଘଟିଲା ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଥଣ୍ଡା ବଢ଼ି ବଢ଼ି ଚାଲିଛି।ବାୟୁ ମଣ୍ଡଳ ଦୂଷିତ ହେବା ଯୋଗୁଁ ଦିଲ୍ଲୀ ଓ ଉତ୍ତରପ୍ରଦେଶ ରେ କୁହୁଡି ବଢିବାରେ ଲାଗିଛି।ଲୋକ ଙ୍କୁ ରାସ୍ତା ରେ କିଛି ବି ଦେଖା ଯାଉନି।

ସେଥିପାଇଁ ସକାଳ ସମୟ ରେ ଗାଡ଼ି ମଟର ମଧ୍ୟ ଠିକ୍ ସେ ଚାଲୁ ନାହିଁ।ହେଲେ ଏଭଳି ପରିସ୍ଥିତି ରେ ଗୋଟିଏ କୁକୁଡ଼ା ବୋଝେଇ ଟ୍ରକ ରାସ୍ତା ରେ ଯାଉଥିଲା।କୁହୁଡି ଯୋଗୁଁ ରାସ୍ତା ରେ କିଛି ଦେଖା ଯାଉ ନ ଥିଲା।ଯାହା ଫଳ ରେ ସେହି ଟ୍ରକ୍ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଦେଇଥିଲେ।

ଏହା ପରେ ରାସ୍ତା ଉପରେ ଟ୍ରକ୍ ଟି ଓଲଟି ଯାଇଥିଲା।ଏହା ପରେ ସେଠାକାର ଲୋକ ମାନେ ଡ୍ରାଇଭର କୁ ନ ବଞ୍ଚାଇ ସେଠାରେ ଥିବା କୁକୁଡ଼ା କୁ ଘର କୁ ନେବା ରେ ବ୍ୟସ୍ତ ଥିଲେ।ଗୋଟିଏ ପରିବାର ଶହେ ରୁ ଅଧିକ କୁକୁଡ଼ା ନେଇଛନ୍ତି।

ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ସେମାନେ ଏହାର ଗୋଟିଏ ଭିଡିଓ କରୁଥିଲେ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଅପ୍ ଲୋଡ ହେବା ପରେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏତେ ମାତ୍ରା ରେ ସେହି ଟ୍ରକ୍ ରେ କୁକୁଡ଼ା ଥିଲା ବୋଲି କେହି ବିଶ୍ବାସ କରି ପାରୁ ନ ଥିଲେ।ଲୋକ ମାନେ ଘର କୁ ବହିବାରେ ଲାଗି ପଡ଼ି ଥିଲେ।ଏହା ପରେ ପୋଲିସ ସେଠାରେ ପହଞ୍ଚି ଥିଲା। ଘନ କୁହୁଡି ଯୋଗୁଁ ଡ୍ରାଇଭର କୁ କିଛି ଦେଖା ଯାଇ ନ ଥିଲା।

ସେଥିପାଇଁ ସେ ଭାରସାମ୍ୟ ହରାଇ ଟ୍ରକ୍ ଟି କୁ ଓଲଟାଇ ଦେଇଥିଲା।ସେଠାକାର ଲୋକ ମାନେ ଏବେ ପ୍ରାୟ ସବୁଦିନ କୁକୁଡ଼ା ତରକାରି କରି ଖାଇବେ।ଏତେ କୁକୁଡ଼ା ପାଇଁ ଲୋକ ମାନେ ବହୁତ ଖୁସି ହୋଇ ଯାଇଥିଲେ।

Leave a Comment