Special Report

ମନ୍ଦିର କାମକୁ ନେଇ ହେଲା କଥା କଟା କଟି,ସରପଞ୍ଚ ବାବୁଙ୍କୁ ସେକିଦେଲେ ସରକାରୀ ବାବୁ…

 

ନମସ୍କାର ପାଠକ ବନ୍ଧୁ।ସରପଞ୍ଚ ଙ୍କ ଉପରେ ଆକ୍ରମଣ କରିଛନ୍ତି ଜଣେ ସରକାରୀ କର୍ମଚାରୀ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଜଣେ ସରକାରୀ କର୍ମଚାରୀ ହୋଇ ଏଭଳି କାମ କରୁଥିବାରୁ ସମସ୍ତେ ତାଙ୍କୁ ନିନ୍ଦା କରିଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଥାନା ଅଞ୍ଚଳ ରେ।ଏଠାରେ ହରିଶଙ୍କର ମନ୍ଦିର ର ପାରିପାର୍ଶ୍ବିକ କାର୍ଯ୍ୟ କରା ଯାଇଥିଲା।ମନ୍ଦିର ର ବିକାଶ ପାଇଁ ସରକାର ଅନେକ ଅର୍ଥ ଖର୍ଚ୍ଚ କରିଛନ୍ତି।

ସୂଚନା ଅନୁସାରେ ହରିଶଙ୍କର ମନ୍ଦିର ହେଉଚି ଏକ ପର୍ଯ୍ୟଟକ କେନ୍ଦ୍ର।ସବୁଦିନ ପ୍ରାୟ ଏଠାକୁ ବହୁତ ସଂଖ୍ୟା ରେ ଲୋକ ମାନେ ଆସନ୍ତି।ଏହି ମନ୍ଦିର ର ବିକାଶ ପାଇଁ ଏହାର ଚାରି ପାଖ କୁ ଆହୁରି ସୁନ୍ଦର କରା ଯାଉଚି।

ଏହି ସମୟ ରେ ମନ୍ଦିର ପରିଦର୍ଶନ ରେ ଆସି ଥିଲେ ପୃକ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ।ସେ ମନ୍ଦିର ବୁଲି ଦେଖୁଥିବା ସମୟ ରେ ସେହି ଗ୍ରାମ ର ସରପଞ୍ଚ ସୁଶାନ୍ତ କୁମାର ଗୁରୁ ତାଙ୍କ ପାଖକୁ ଆସିଥିଲେ।ଓ କହିଥିଲେ କି ମନ୍ଦିର କାମ ବହୁତ ନିମ୍ନ ମାନ ର ହେଉଛି।

ଏହା ପରେ ସିଦ୍ଧାର୍ଥ ଦାସ ତାଙ୍କ ସହିତ ଝଗଡ଼ା କରିଥିଲେ।ତାଙ୍କ ଉପର କୁ ହାତ ଉଠାଇବା ସହିତ ତାଙ୍କୁ ଠେଲି ଦେଇଥିଲେ।ଏହା ପରେ ସୁଶାନ୍ତ ମଧ୍ୟ ବହୁତ ରାଗି ଯାଇଥିଲେ।ଉଭୟ ଙ୍କ ଭିତରେ ଗଣ୍ଡଗୋଳ ହୋଇ ଥିଲା।

ଗାଁ ର ସରପଞ୍ଚ ସୁଶାନ୍ତ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ସରକାରୀ କର୍ମଚାରୀ ସିଦ୍ଧାର୍ଥ ଦାସ ମନ୍ଦିର ରେ ବହୁ ନିମ୍ନ ମାନ ର କାମ କରୁଛନ୍ତି।ଆମେ ଏହାକୁ କହିବା ପରେ ସେ ଆମ ଉପରକୁ ହାତ ଉଠାଇ ଛନ୍ତି।

ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।ଅନ୍ୟ ପଟେ ସରକାରୀ କର୍ମଚାରୀ ସିଦ୍ଧାର୍ଥ ଦାସ କହିଛନ୍ତି କି ସେ ଏପରି କିଛି ବି କରି ନାହାନ୍ତି।ମନ୍ଦିର କାମ ଆମକୁ ଯେପରି କୁହା ଯାଇଚି ଆମେ ସେପରି କରୁଚୁ।

ଏଥିରେ ଆମର ଭୁଲ ନାହିଁ।ମୁଁ ତାଙ୍କ ଉପରେ ହାତ ଉଠାଇ ନାହିଁ।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ଦେଖିବାକୁ ବାକି ରହିଲା ଏହି ଦୁହିଁ ଙ୍କ ମଧ୍ୟରୁ କାହାକୁ ନ୍ୟାୟ ମିଳୁଛି।

Leave a Reply

Your email address will not be published. Required fields are marked *