Special Report

ପାଣ୍ଡିଆନ ର ଭାଗ୍ୟ ଭଲ ,ତାକୁ ଅମିତ୍ ଶାହା ପିଟି ନାହାଁନ୍ତି!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସୁଥିବା ଖବର ମଧ୍ୟ ଆପଣମାନେ ଜାଣିପାରିବେ ।

ଏବେ କିଛି ଖବର ଆସିଛି 5T ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ । 5T ସଚିବ ଭି କେ ପାଣ୍ଡିଆନଙ୍କୁ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କିଛି କଥା କହିଛନ୍ତି । ଏବେ ଏହି ସବୁ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

୧୯୨ ଟି ଲିଜ ଅଛି । ଆଉ ସେଠାରୁ ୧୭୬ ଟି ଲିଜ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଗ୍ରାମବାସୀ, ଆଦିବାସୀ ଏବଂ ଅନେକ ଅଞ୍ଚଳ ବାସୀ ଅନେକ ଅଭିଯୋଗ କରିବା ପରେ ମଧ୍ୟ ଏହାର ସମାଧାନ ହେଉ ନାହିଁ । ଅନେକ ଖଣି ଦୁର୍ନୀତି ମଧ୍ୟ ହେଉଛି ।

ଏହି ଦୁର୍ନୀତି ବିଷୟରେ ଏହି ବିରୋଧୀ ଦଳ ଚିଠି ଲେଖିଛି ପ୍ରଧାନମନ୍ତ୍ରୀଙ୍କ ପାଖକୁ । ଏହି ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ଏବେ ଏହି ବିରୋଧୀ ଦଳ ଅନେକ ଅଭିଯୋଗ ଆଣିଛି ।

ବିରୋଧୀ ଦଳ ଚିଟଫଣ୍ଡ ଏବଂ ଦୁର୍ନୀତିକୁ ନେଇ ଅନେକ କଥା ସାମ୍ନାକୁ ଆଣୁଛି । ଓଡ଼ିଶାରେ ଖଣି ସଂସ୍କାର ହୋଇଛି ବୋଲି ସୂଚନା ମିଳିଥିଲା । ଆଉ ଏହା ପ୍ରଧାନମନ୍ତ୍ରୀ କହିଥିଲେ । କିନ୍ତୁ ଏହି ବିରୋଧୀ ଦଳ କହୁଛନ୍ତି କି ଖଣି ଦୁର୍ନୀତି ହୋଇଛି ।

ବିରୋଧୀ ଦଳର ନେତା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ଦେଖା କରି ଏହି ବିଷୟରେ କହିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବେ ଏହା ସିବିଆଇ ତଦନ୍ତ କରୁ ବୋଲି ବିରୋଧୀ ଦଳ କହିଛି । ଏବେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ବିରୋଧୀ ଦଳର ନେତା ଏହି ସବୁ ତଥ୍ୟ ସଂଗ୍ରହ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ସବୁ ବିଷୟରେ କହିଛନ୍ତି । ବିଜେପି, ବିଜେଡି ବା କଂଗ୍ରେସ ଯିଏ ବି ଏହି ଦୁର୍ନୀତି ପଛରେ ଥିବ ଏହାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

ଏହି ବିଷୟରେ ଅନେକ ତଥ୍ୟ ସେ ସମସ୍ତଙ୍କ ପାଖକୁ ଆଣିବେ ବୋଲି କହିଛନ୍ତି । ସେ ଏବେ ମିଡିଆରେ କହୁଛନ୍ତି ଆଉ ଏହାପରେ ସେ ଲୋକମାନଙ୍କୁ ଏହି ବିଷୟରେ ମଧ୍ୟ କହିବେ । ଓଡ଼ିଶାର ବଡ ଦୁର୍ନୀତି ହେଉଛି ଖଣି ଦୁର୍ନୀତି ।

ଶାହା କମିଶନ ଅନେକ କଥା ଲେଖିଛନ୍ତି । ଶାହା କମିଶନ ଯାହା ସବୁ ରେକମିଡେସନ୍ କରିଛନ୍ତି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନବୀନ ବାବୁ ଅନେକ ଦୁର୍ନୀତି କରି ୨୪ ବର୍ଷ ହେଲା ଶାସନ କରୁଛନ୍ତି ବୋଲି ବିରୋଧୀ ଦଳର ନେତା କହିଛନ୍ତି ।

ଆଉ ପାଣ୍ଡିଆନ ହେଉଛନ୍ତି ଜଣେ ସାଧାରଣ ଲୋକ ଆଉ ସେ ଏବେ ସାଧାରଣ କର୍ମୀ ରୂପରେ ଅଛନ୍ତି ଆଉ ଅଧିକ କିଛି ନୁହେଁ ବୋଲି ଏହି ବିରୋଧୀ ଦଳର ନେତା ଜଣକ କହିଛନ୍ତି । ଏଭଳି ଅନେକ କଥା ବିରୋଧୀ ଦଳର ନେତା କହିଛନ୍ତି ।

Leave a Reply

Your email address will not be published. Required fields are marked *