ପ୍ରେମ ପାଇଁ ରାଜି ହେଲାନି ବୋଲି ପନିକିରେ ପ୍ରେମିକାର ବେକକୁ କାଟିଦେଲା ପ୍ରେମିକ

କାଳ ହେଲା ଏବେ ଏକ ତରଫା ପ୍ରେମ। ବିବାହିତ ହୋଇ ମଧ୍ୟ ପ୍ରେମିକ ଭୁଲି ଯାଇଥିଲା ସବୁ ସୀମା। ଯେତେବେଳେ ପ୍ରେମିକା ପ୍ରେମିକର ଏକତରଫା ପ୍ରେମ କୁ ସ୍ବୀକାର କରି ନଥିଲା ସେତେବେଳେ ରକ୍ତମୁଖା ହୋଇ ପଡିଥିଲା ପ୍ରେମିକ ଜଣକ। ନାବାଳିକା ପ୍ରେମିକାକୁ ବାହାନା କରି ବାଡ଼ି ପଟକୁ ଡ଼ାକି ନେଇ ଅତି ନିର୍ମମ ଭାବରେ ଧାରୁଆ ପନିକି ରେ ଯୁବତୀଙ୍କ ପେଟକୁ କାଟି ଦେଇଥିଲା।ଆଉ ସବୁଠାରୁ ବଡ଼ କଥା ହେଉଛି କି ନିଜେ ଅଭିଯିକ୍ତ ଫୋନ କରି ପୋଲିସ ଡାକିଥିଲା ଘଟଣା ସମ୍ପର୍କରେ ଖୋଲିକି କହିବା ସହ ଆତ୍ମ ସମର୍ପଣ ମଧ୍ୟ କରିଥିଲା। କୁହନ୍ତି କି ପ୍ରେମ କୁଆଡେ ଅନ୍ଧ ହୋଇଥାଏ ଜାତି ଅଜାତି, ଧନୀ ଗରିବ ଆଉ ଗୋରା କଳା କିଛି ଦେଖି ନଥାଏ ବୋଲି।

ହେଲେ ସେ ଅନ୍ଧ ପ୍ରେମ ଜଣକର ଜୀବନ ନେଇପାରେ ସେକଥା କେହି କେବେ ହେଲେ ମଧ୍ୟ ଜାଣି ନଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା, ରିଆମାଳ ଥାନା ଅନ୍ତର୍ଗତ,ଖଳି ନାଳି ଗ୍ରାମରେ। ଶୁଭ ଦୀପାବଳୀ ସନ୍ଧ୍ୟାରେ ଗାଁ ସାରା ଲୋକେ ଦ୍ଵୀପ ଜାଳି ବାଣ ଫୁଟାଉ ଥିବା ସମୟରେ ସଇତାନ ପ୍ରେମିକ ବାରିପଟେ ପ୍ରେମିକା ର ରକ୍ତରେ ହୋଲି ଖେଳିବାରେ ଲାଗିଥିଲା। ସୁଚନା ମୁତାବକ ଗାଁ ରେ ପ୍ରକାଶ ପ୍ରଧାନ ନାମକ ଯୁବକ ନିଜ ଗାଁ ର ଖଳିନାଳି ର କିଶୋର ବେହେରାଙ୍କ ଝିଅ ସୁଇଟି ବେହେରା ଙ୍କୁ ଏକ ତରଫା ଭାବରେ ପ୍ରେମ କରିବାକୁ ଲାଗିଥିଲେ।

ଏନେଇ ସ୍ବିଟି ଜାଣିବା ପରେ ଜାଣିଶୁଣି ମନା କରି ଦେଇଥିଲେ।ପ୍ରେମିକାର ଏଭଳି ଭାବରେ ପ୍ରତ୍ୟାଖାନ କୁ ସହଜରେ ଗ୍ରହଣ କରି ପାରି ନଥିଲା ପ୍ରେମିକ ଜଣକ। ପ୍ରେମିକା କୁ ଜୀବନରୁ ମାରିଦେବା ପାଇଁ ସୁଯୋଗ ଖୋଜୁଥିବା ବେଳେ ମିଛ ବାହାନାରେ ଦୀପାବଳୀ ଦିନ ସୁଇଟି ବେହେରା ଙ୍କୁ ବାରି ପଛ ପଟକୁ ଡାକି ନେଇଥିଲା। ଏକ ଧାରୁଆ ପନିକି ରେ ଅତି ନିର୍ମମ ଭାବରେ ବେକକୁ କାଟି ଦେଇଥିଲା। ଯାହାକି ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ବିଷୟ ପାଲଟିଛି ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।

Leave a Comment