Special Report

ରିଲସ୍ ଦେଖି ମୋତେ ପ୍ରେମ କରି ବାହା ହେଲା,ଶେଷରେ ମୋ ସ୍ବାମୀ ଚିପିଚିପି ମାରିଦେଲା!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଉମେଶ ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ସେ କାମ କରିବା ବେଳେ ସେହି ବ୍ୟକ୍ତିଙ୍କ ଝିଅ ସହିତ ଉମେଶ ପ୍ରେମ କରି ବସିଥିଲା । ଆଉ ଦୁଇ ବର୍ଷ ତଳେ ସେ କାମ କରୁଥିଲା ।

ଏହାପରେ ଏହି ଝିଅ ଜଣକ ମଧ୍ୟ ଉମେଶକୁ ପ୍ରେମ କରିଲା । ସେମାନେ ଏକାଠି ହୋଇଗଲେ । ଝିଅର ଘରଲୋକ ରାଜି ହେବେ ନାହିଁ ବୋଲି ଝିଅଟି ଘର ଛାଡ଼ି ସେହି ପୁଅ ସହିତ ଘରୁ ପଳାଇ ଗଲା ।

ଆଉ ଏହାପରେ ସେମାନେ ବିବାହ କରିଲେ । ବିବାହ କରିବା ପରେ ସେମାନେ ଖୁସିରେ ଥିଲେ କିନ୍ତୁ ଏହି ଝିଅଟିକୁ ସେହି ପୁଅ ଘରଲୋକ ଆଉ ପୁଅ ନିଜେ ମାଡ ମାରନ୍ତି । ଆଉ ଏହି କଥା ପାଇଁ ଅନେକ ଥର ଝିଅ ତାଙ୍କ ଘରକୁ ଆସିଛି ।

ଏବେ ଏହି ଝିଅଟିକୁ ତାର ଶାଶୁ ଘରଲୋକେ ଏବଂ ନିଜ ପ୍ରେମିକ ମିଶି ମାରି ଦେଇଥିଲେ । ଝିଅର ଶାଶୁ ଏବଂ ନିଜ ପ୍ରେମିକ ତାକୁ ମାରି ଦେଇଛନ୍ତି ବୋଲି ଏହି ଝିଅର ଦାଦା ଜଣକ କହିଛନ୍ତି ।

ଏଭଳି ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିହସ ଗ୍ରାମରେ ଦେଖିବାକୁ ମିଳିଛି । ସେହି ଗ୍ରାମର କାଳନ୍ଦି ମୁଦୁଲିଙ୍କ ପୁଅ ଉମେଶ ମୁଦୁଲି ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର ଗ୍ରାମର ସୁବ୍ରତ ସାହୁଙ୍କ ଝିଅ ବର୍ଷା ସାହୁ ସହିତ ପ୍ରେମ କରିଥିଲେ ।ଆଉ ସେମାନେ ବିବାହ ମଧ୍ୟ କରିଥିଲେ ।

ଦୁଇବର୍ଷ ତଳେ ସେମାନେ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ଅଛି । କିଏ ଜାଣିଥିଲା କି ବର୍ଷାଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଯିବ ବୋଲି । ଏହି ଘଟଣା ସତରେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ବର୍ଷାଙ୍କ ମୃ-ତ୍ୟୁ ହୋଇଛି ବୋଲି ଅନ୍ୟ ଲୋକମାନେ ତାଙ୍କ ପରିବାରକୁ ଜଣାଇଲେ ।

ଏହାପରେ ପରିବାର ଲୋକେ ମେଡ଼ିକାଲରେ ପହଞ୍ଚି ଝିଅର ଶବ ଦେଖିଥିଲେ । ଏହାପରେ ଝିଅକୁ ନ୍ୟାୟ ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷାଙ୍କ ପରିବାରଲୋକେ । ଏବେ ଉମେଶକୁ ପୋଲିସ ଗିରଫ କରିଛି । ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *