ଆପଣମାନେ ଯଦି ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ମନ କିଣି ନେଇଛନ୍ତି।ଚୁଲବୁଲି ନାୟିକା ଅର୍ଚ୍ଚିତା ଦେଇଛନ୍ତି ଏକ ଖୁସି ଖବର।ଅର୍ଚ୍ଚିତା ଏହି ଖୁସି ଖବର ପ୍ରଥମେ ସମସ୍ତ ଲୋକଙ୍କୁ ଜଣାଇଛନ୍ତି।
ସବ୍ୟସଚୀ ଓ ଅର୍ଚ୍ଚିତା ଦୁହେଁ ଏକାଠି ମିଶି ବହୁତ୍ ସୁପରହିଟ ଚଳଚ୍ଚିତ୍ର କରିଛନ୍ତି। ସେଥି ମଧ୍ୟରୁ “ପିଲାଟି ବିଗିଡି ଗଲା,ମୁଁ ଏକା ତୁମର,ତୋର ମୋର ଯୋଡ଼ି ସୁନ୍ଦର,କେବେ ତମେ ନାହଁ କେବେ ମୁଁ ନାହିଁ,କେଉଁ ଦୁନିଆରୁ ଆସିଲ ବନ୍ଧୁ” ଏହିପରି ହିଟ୍ ଚଳଚ୍ଚିତ୍ର କରିଛନ୍ତି।
ଆଜି ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ର ଇନଷ୍ଟା ଗ୍ରାମରେ ଏକ ମିଲିଅନ୍ ଫଲୋର ହୋଇଛନ୍ତି।ଏବଂ ଏହା ଓଡ଼ିଶାର ପ୍ରଥମ ସେଲିବ୍ରେଟି ଭାବେ ଅଭିନେତ୍ରୀ ଅର୍ଚ୍ଚିତା ଏହାକୁ ପୁରାଣ କରିଛନ୍ତି।ଏହି ଖୁସି ଖବର ଟି ଅର୍ଚ୍ଚିତା ସବ୍ୟସଚୀଙ୍କୁ କହିଥିଲେ।ସବ୍ୟସଚୀ ଏକ ମିଲିଅନ୍ ହୋଇଥିବାର ଜାଣିକି ଖୁସି ହୋଇଛନ୍ତି।
ଏବଂ ତାଙ୍କର ଫ୍ୟାନ ମାନଙ୍କୁ ଜଣାଇଥିଲେ।ଆପଣମାନେ ଜାଣିଥିବେ ଏହି କିଛି ଦିନ ତଳେ ଅଭିନେତା ସବ୍ୟସଚୀ ମିଶ୍ର ଓ ଚୁଲବୁଲି ନାୟିକା ଅର୍ଚ୍ଚିତା ବାହାଘର ବନ୍ଧନରେ ବାନ୍ଧି ହୋଇଥିଲେ।ବାହାଘରର କିଛି ଦିନ ପରେ ଆଜି ଅର୍ଚ୍ଚିତା ସବ୍ୟସାଚୀଙ୍କୁ ଦେଇଛନ୍ତି ଏକ ମିଲିଅନ୍ ଖୁସି ଖବର।