ଆମ ବାବା ସମୁଦ୍ରକୁ ଡାକିଲେ ସମୁଦ୍ର ଚାଳିଶ ଫୁଟ ପାଖକୁ ପଳେଇ ଆସିଲା

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଯେଉଁ ବାବା ନିଜର ପାଦ ରେ ତୁଳସୀ ଓ ଭାଗବତ ରଖିବା ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ସେହି ଆଶ୍ରମର ଚେୟାର ମ୍ୟାନ ଏବେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କି ବାସ୍ତବରେ ଏସବୁ ଅଭିଯୋଗ ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। କାରଣ ସେ ସେଠାରେ ହିଁ ରହୁଛନ୍ତି ସେଥିପାଇଁ ସେ ସବୁକିଛି ଜାଣିଛନ୍ତି ବୋଲି କହିଥିଲେ।ସେଠାକୁ ଲକ୍ଷ ଲକ୍ଷ ଟଙ୍କା ଆସି ନଥିବା ନେଇ ମଧ୍ୟ ସେ ବାରଣ କରିଥିଲେ। ଯାହାକୁ ନେଇ ଚେୟାର ମ୍ୟାନ କହିଥିଲେ କି ସେ ତାଙ୍କର ଟ୍ରଷ୍ଟ ଆକାଉଣ୍ଟ ଦେଇଦେବେ ଯାହାକୁ କି ଦେଖିବେ ସମସ୍ତେ ଆଉ ଜାଣି ପାରିବେ।

ସେ କହିଥିଲେ କି ତାଙ୍କର ପ୍ରଭୁଙ୍କ ବହୁତ୍ ଅଲୌକିକତା ରହିଛି ଯେତେବେଳେ ସମୁଦ୍ର ଦେବତା ୪୦ ଫୁଟ ଦୂରରେ ଥିଲେ ସେତେବେଳେ ସେ ତାଙ୍କର ପ୍ରଭୁଙ୍କୁ ସମୁଦ୍ରକୁ ଡାକନ୍ତି ବୋଲି କହିଥିଲେ।ଏହାପରେ ତାଙ୍କର ପ୍ରଭୁ ଡାକୁଛି ବୋଲି କହିଥିଲେ। ଏହାପରେ ସେ ଆ ଆ କହି ଡ଼ାକିଥିଲେ। ଏହାପରେ ସମୁଦ୍ର ପାଖକୁ ଚାଲି ଆସିଥିବା କଥା ସେ କହିଥିଲେ। ଏଭଳି ତାଙ୍କର ପ୍ରଭୁ ଭାଗବତ ପାଠ ମଧ୍ୟ କରୁଛନ୍ତି ଆଉ ପ୍ରବଚନ ଦେଉଛନ୍ତି। ହେଲେ ତାଙ୍କର ଏହି ସବୁ କଥାକୁ ଲୋକମାନେ ବିରୋଧ କରିଛନ୍ତି।

କାରଣ ତୁଳସୀ ପତ୍ରକୁ ଏଭଳି ଭାବରେ ପାଦ ତଳେ ଦେବା ତାହା ଲୋକ ମାନଙ୍କୁ ଆଦୌ ହେଲେ ମଧ୍ୟ ପସନ୍ଦ ଆସି ନାହିଁ।ଯେଉଁ ଲୋକମାନେ ମଧ୍ୟ ସେଠାରେ ରହୁଛନ୍ତି ଅର୍ଥାତ ସେଠିକାର ସ୍ଥାନୀୟ ବାସିନ୍ଦା ମାନେ ଏଭଳି କିଛି କଥା କହିଛନ୍ତି ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହି ଘଟଣାକୁ ନେଇ ଏବେ ସାରା ଓଡ଼ିଶାରେ ଖୁବ୍ ଜୋରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆପଣ ଆମକୁ ନିଶ୍ଚିତ ଜଣାଇବେ।

Leave a Comment