ରାଜ୍ୟ ଖବର

ପ୍ରେମିକା ବୁଲବୁଲ ହିଁ ମରିବାକୁ କହିଛି ତୁଷାର ଙ୍କୁ, ପୋଲିସ ବହୁତ୍ ଜଲ୍ଦୀ କରିବ ତଦନ୍ତ

ପାଠ ପଢିବା ବୟସ ରେ ପିଲା ମାନେ ଅବାଟ କୁ ଗଲେ ବହୁତ୍ କିଛି ଅସୁବିଧା ହୋଇଥାଏ । ବହୁତ୍ ପିଲା ବେଳେ ବେଳେ ଭୁଲ୍ ବାଟକୁ ପଳେଇ ଥାନ୍ତି । ତେବେ କଣ ହେଇଥିଲା ସେଦିନ ? କଲେଜ୍ ରେ ପାଠ ପଢୁଥିବା ତୁଷାର ଙ୍କ ମୃତ୍ୟୁ କାହିଁକି ହେଲା ? ଏହା ହତ୍ୟା ନା ଆତ୍ମହତ୍ୟା ଆସନ୍ତୁ ଜାଣିବା ସେହି ସମ୍ପର୍କିତ ଖବର ।

+୨ ବାଣିଜ୍ୟ ବିଭାଗ ରେ ପାଠ ପଢୁଥିବା ତୁଷାର ସାହୁ ଙ୍କ ମୃତ୍ୟୁ ରହସ୍ୟ ଏବେ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅଗଷ୍ଟ ୩ ରେ ତୁଷାର କୁଆଡେ ଚାଲିଯାଇଥିବା ନେଇ ତୁଷାର ଙ୍କ ପରିବାର ବହୁତ୍ ଖୋଜିବା ପରେ ତାଙ୍କ ବାପା ଅଭିଯୋଗ କରିଥିଲେ । ତେବେ ପୋଲିସ୍ ତୁଷାର ଙ୍କ ଗାଡ଼ି କୁ ଚିହ୍ନଟ କରିଥିଲା ଓ ତୁଷାର ଆତ୍ମହତ୍ୟା କରିବା କଥା ସନ୍ଦେହ କରା ଯାଇଥିଲା । ତେବେ ଖ୍ରୀଷ୍ଟ କଲେଜ ରେ ପଢୁଥିଲେ ତୁଷାର ।

ତେବେ ତୁଷାର ଙ୍କ ଏହି

ପ୍ରଥମେ ନିଖୋଜ ଓ ପରେ ମୃତ ଶରୀର ପାଇଥିଲା ପୋଲିସ । ତେବେ ପୋଲିସ୍ ଏହାକୁ ଅପମୂର୍ତୁ ବୋଲି କହିଥିଲା । ତେବେ ଏହି ମାମଲା ରେ ତୁଷାର ଙ୍କ ପରିବାର ଅସନ୍ତୁଷ୍ଟ ଥିଲେ । ଓ ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ପରେ ପୋଲିସ ନିଜ ତଦନ୍ତ ର ମୋଡ଼ ବଦଲେଇଛି । ତୁଷାର ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ର ପ୍ରାଥମିକ ପ୍ରମାଣ ପାଇଛି । ତେବେ ତୁଷାର ଙ୍କ ବାନ୍ଧବୀ ଓ କିଛି ସାଙ୍ଗ କୁ ତଦନ୍ତ ପରିସର କରା ଯାଇଛି ।

ଏହି ତଦନ୍ତ ପରେ ତୁଷାର ଙ୍କ ମୃତ୍ୟୁ ଘଟଣା ସ୍ପଷ୍ଟ ହେଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି । ତେବେ ଏହି ଛୋଟ ପିଲାଟି ର ଏହି ଭଳି ନିଖୋଜ , ବାନ୍ଧବୀ ଙ୍କ ସହ ସମ୍ପର୍କ , ମୃତ୍ୟୁ ଏହା କେଉଁ ଦିଗ୍ ଯାଉଛି ଆଗକୁ ତଦନ୍ତ ଭଲ ଭାବରେ ହେଲେ ଜଣା ପଡ଼ିବ ।ଏହା

ପ୍ରେମ , ,ଅବହେଳା ନା ପିଲାଲିଆମି ଆପଣ ମାନେ ବିଚାର କରନ୍ତୁ ।

Leave a Reply

Your email address will not be published. Required fields are marked *