ଏମିତି ପୁଅ ଶତ୍ରୁ କୁ ନମିଳୁ ମା କୁ ଖଣ୍ଡ ଖଣ୍ଡ କରି ହା ହାଣୀ ଦେଲା ପୁଅ viral news

ନିଜ ପେଟ କାଟି ପୁଅକୁ ବଡ଼ କରିଥିଲା ମା।ବିଧବା ହେବା ପରେ ଭାବିଥିଲା ପୁଅ ମୁହଁକୁ ଚାହିଁ ଜୀବନଟା କଟିଯିବ।ହେଲେ ସେହି ପୁଅ ମମତାର ତଣ୍ଟି ଚିପିବାକୁ ଜନ୍ମ ନେଇଥିଲା ମା କାହିଁକି ବା ଏମିତି ଭାବିବ।

ନିଶା ସେବନ କରୁଥିଲା ବୋଲି କେତେ ରାଣ ନିୟମ ପକେଇଛି ହିସାବ ନାହିଁ।କିନ୍ତୁ ପୁଅ ମଦ ଛାଡିନଥିଲା।ରାତି ପାହିଲେ ପଇସା ମାଗେ।ମା ଠୁ କଳେ ବଳେ କୌଶଳେ ଟଙ୍କା ନିଏ।କିନ୍ତୁ ଦିନ ସାରା ନିଶାରେ ବୁଡି ରହିବା ପରେ ରାତିରେ ଘରକୁ ଫେରି ଟଙ୍କା ମାଗିଥିଲା।କିନ୍ତୁ ମା ପଇସା ଦେବା ପାଇଁ ମନା କରିଦେଇଥିଲା।

ଏତିକି ରେ ରାଗ ଚଡ଼ିଯାଇଥିଲା ପୁଅ ମୁଣ୍ଡକୁ।ହାତରେ ଯାହା ପଡ଼ିଲା ସେଇଠି ମା କୁ ପିଟିଦେଲା। ଟଙ୍କା ପାଇଁ ମା କୁ ମାରି ମାରି ମାରିଦେଇଥିଲା।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ।ସ୍ୱର୍ଗତଃ ଅନନ୍ତ ସାମଲଙ୍କ ବିଧବା ସ୍ତ୍ରୀ ସୁଷମା ସାମଲ।ତିନି ପୁଅଙ୍କ ସହିତ ରହୁଥିଲେ।ମଙ୍ଗଳବାର ରାତିରେ ବଡ଼ ପୁଅ ରଞ୍ଜନ ସାମଲ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଟଙ୍କା ମାଗିଥିଲା କିନ୍ତୁ ମା ପଇସା ନ ଦେଇଥିବାରୁ ଏକ ଠେଙ୍ଗାରେ ମା କୁ ପୀଟିଦେଲା।

ମା ଜଣଙ୍କ ଗୁରୁତର ହୋଇ ୫୮ ବର୍ଷର ସୁଷମା ସାମଲ ସେଇଠି ପଡିଗଲେ।୨ ଭାଇ ମା କୁ ବଞ୍ଚାଇବାକୁ ଯାଇ ଭାଇ କୁ ରୋକିବାକୁ ଲାଗିଲେ କିନ୍ତୁ ଭାଇ ଆଉ ଥରେ ଏକ କଟୁରୀ ଉଠାଇଥିଲା।ଭୟରେ ସାନ ଭାଇ ବାହାରକୁ ପଲେଇଯାଇଥିଲେ। କିନ୍ତୁ ମା ଙ୍କୁ ବଡ଼ଚଣା ମେଡିକାଲ୍ କୁ ନେଇଯାଇଥିଲେ।କିନ୍ତୁ ଡାକ୍ତର ସୁଷମା ସାମଲଙ୍କୁ ମୃ-ତ୍ୟୁ ବୋଲି କହିଥିଲେ।

ପୋଲିସ ଘଟଣା ସ୍ଥଳକୁ ଆସି ଅଭିଯୁକ୍ତ ରଞ୍ଜନ ସାମଲଙ୍କୁ କାବୁ କରିଛନ୍ତି।ପୋଲିସ ମୃ-ତ୍ୟୁ ମାମଲା ରୁଜୁ କରି ମୃ-ତ ଦେ-ହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସାନ ଭାଇ କହୁଛି ଭାଇର ସାଙ୍ଗ ମାନେ ମତେ ମାରିଦେବେ ବୋଲି ଡରାଉଛନ୍ତି।ପୋଲିସ ଏହି ଘଟଣାର ଖୋଲ ତାଡ଼ କରୁଛନ୍ତି ବୋଲି ତଦନ୍ତ କୁ ଜାରି ରଖିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top