ରାଜ୍ୟ ଖବର

ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚିଲେ ହୁଏତ ଆଗକୁ ଲୋକ ଙ୍କ ସେବା କରିପାରିବି

ବୟସ ସାନ, ଏଇ ବୟସ ରୁ ନିଜ ଆଗାମୀ ଜୀବନ ପାଇ ସ୍ବପ୍ନ ଦେଖୁଥିବା ଝିଅ ଟି ଜାଣିନଥିଲା ତାର ଭାଗ୍ୟ ରେ ଅସହ୍ୟ ଯନ୍ତ୍ରଣା ଆଉ କଷ୍ଟ ଭରି ରହିଛି ଆଉ ତାର ଜୀବନ ଆରମ୍ଭ ପୂର୍ବ ରୁ ହିଁ ସଙ୍କଟ ରେ ପଡ଼ିବାକୁ ଯାଉଛି

ଏଇ କଥା ହେଉଛି ଶୁଭଶ୍ରୀ ଙ୍କର, ଅନ୍ୟମାନଙ୍କ ପରି ଏଇ ଝିଅ ଟି ର ବି ଅନେକ ସ୍ବପ୍ନ ଥିଲା କେବଳ ନିଜ ଲୋକ ଙ୍କ ପାଇଁ ନୁହଁ ସମସ୍ତଙ୍କ ପାଇଁ, ସେଥିପାଇଁ ତ ନର୍ସିଂ ସାରି ସେ ମହାମାରୀ ସମୟ ରେ କୋଭିଡ କାମରେ ଲାଗିଥିଲେ

ଆଉ ସେବାକାରିଣୀ ହେବାକୁ ନିଷ୍ପତି ନେଇଥିଲେ, ହେଲେ ବିଧିର ବିଧାନ ଥିଲା ଅଲଗା, ଭାଗ୍ୟ ରେ ଥିଲା ଆଉ କିଛି , ତାଙ୍କ ଦେହ ଜାନୁଆରୀ ମାସ ରେ ଖରାପ୍ ହେବାକୁ ଲାଗିଲା ଆଉ ପରେ ଜଣ ପଡ଼ିଲା କି ତାଙ୍କ ର ଦୁଇଟି ଯାକ କିଡନୀ ଖରାପ୍ ହେଇ ଯାଇଛି ଆଉ ଯଦି ଖୁବ୍ ଜଲ୍ଦୀ ଏହା ନୂଆ ପ୍ରତିରୋପଣ ନ ହୁଏ ଆଗକୁ କିଛି କହି ହେବନି

ତେବେ ଏହା ଶୁଣି ଭାଙ୍ଗି ପଡ଼ିଲେ ଶୁଭଶ୍ରୀ , ଶୁଭଶ୍ରୀ ଙ୍କ ବାପା ଚାଷୀ, ଏତେ ଟଙ୍କା କୁଆଡୁ ଆଣିବେ ଯେ ଝିଅ ର ଚିକିତ୍ସା କରିବେ, ତେବେ ଶୁଭଶ୍ରୀ ଙ୍କ ଆଉ ଦୁଇ ଭଉଣୀ ବି ଅଛନ୍ତି ,ବାପା ସର୍ବେଶ୍ଵର ଏବେ ହାତ ଟେକି ଦେଇଛନ୍ତି

ପ୍ରତି ମାସ ରେ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି ଆଉ ଖୁବ ଶୀଘ୍ର ଯଦି ତାଙ୍କ କିଡନୀ ପ୍ରତ୍ୟାରୋପଣ ନା ହୁଏ ତ ଜୀବନ ବିପଦ ରେ ପଡିପାରେ ବୋଲି କହିଛନ୍ତି ଡାକ୍ତର, ଏଥିପାଇଁ ୧୫ ଲକ୍ଷ୍ୟ ଟଙ୍କା ଲାଗିବ, କେହି ସର୍ହୁଦୟ ବ୍ୟକ୍ତି ଯଦି ଆଗେଇ ଆସନ୍ତି ତାହାଲେ କୁନି ଝିଅ ଟି ର ଜୀବନ ରକ୍ଷା ପାଇ ଯାଆନ୍ତା

ଶୁଭଶ୍ରୀ ବହୁତ୍ କଷ୍ଟ ରେ ଅଛନ୍ତି, ଆଉ ସେ ସରକାର ଆଉ ଓଡ଼ିଶା ଲୋକ ଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ସହାୟତା କରିବାକୁ, ତେବେ ତାଙ୍କ ର ବ୍ୟାଙ୍କ୍ ଆଉ ଫୋନ ପେ ନମ୍ୱର୍ ନଥିବା ରୁ ହୁଏତ ଆପଣ ଙ୍କୁ କଷ୍ଟ ହେଇପାରେ ତେବେ ଆପଣ ମାନେ ଓଟିଭି କତୃପକ୍ଷ ଙ୍କୁ ଯୋଗାଯୋଗ କରି ତାଙ୍କ ବିଷୟ ରେ ସବିଶେଷ ବିବରଣୀ ପାଇ ପାରିବେ , ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *