ରାଜ୍ୟ ଖବର

ଦୂତି ଚାନ୍ଦ ଙ୍କ ଅଭିଯୋଗ ରେ ଗିରଫ ହେଲେ ଫୋକସ୍ ପ୍ଲସ ର ସମ୍ପାଦକ ସୁଧାଂଶୁ ରାଉତ…. ଆଉ ୨ ଜଣ ଙ୍କୁ ଗିରଫ କରିପାରେ ପୋଲିସ୍

ଗତକାଲି ଦୂତି ଚାନ୍ଦ ଙ୍କ ବିରୋଧ ରେ ବିଶୋଦ ଗାର କରୁଥିବା ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ଯାହାର ସମ୍ପାଦକ ସୁଧାଂଶୁ ରାଉତ ତାଙ୍କୁ ଗତକାଲି ଭୁବନେଶ୍ଵର ମହିଳା ପୋଲିସ ତାଙ୍କ ଝାରପଡ଼ା ସ୍ଥିତ ଅଫିସ ରୁ ଉଠେଇ ନେଇଛି ।

ସୁଧାଂଶୁ ବିଗତ ୧ ମାସ ଧରି ଦୂତି ଙ୍କୁ ମାନସିକ ଭାବେ ନିର୍ଯାତନା ଦେବା ସହ ତାଙ୍କ ପରିବାର ର ଭିତର କଥା ରେ ମୁଣ୍ଡ ପୁରେଇ ତାଙ୍କୁ ସାମାଜିକ ଭାବେ ବଦନାମ କରୁଥିଲେ ବୋଲି ଦୂତି ଅଭିଯୋଗ କରିଥିଲେ

ଦୂତି କାଲି ମହିଳା ଥାନା ରେ କେସ ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ସୁଧାଂଶୁ ରାଉତ ଙ୍କ ଅଫିସ କୁ ଯାଇ ତାଙ୍କୁ ଅଟକ ରଖିବା ସହ ଏସବୁ ରେ ବ୍ୟବହୃତ ହେଉଥିବା ଲାପଟପ୍ , ଆଉ ଅନ୍ୟାନ୍ୟ ସାମଗ୍ରୀ କୁ ଜବତ କରିଛି ।

ତେବେ ଏଇ ନେଇ ଦୂତି ବି ପ୍ରତିକ୍ରିୟା ଦେଇଛନ୍ତି କି ସେ ଏବେ ଟିକେ ଶାନ୍ତି ପାଇଛନ୍ତି ଆଉ ୨ ଜଣ ଗିରଫ ହେଲେ ସେ ବେଶୀ ଖୁସି ହେବେ, ଗତକାଲି ସେ ପ୍ରେସ ମିଟ କରି କହିଥିଲେ ଯେ ସେ ଯଦି ତାଙ୍କୁ ପୋଲିସ ନ୍ୟାୟ ନ କରେ ସେ ଓଡ଼ିଶା ଛାଡି ଦେବେ ,

ତେବେ ସୁଧାଂଶୁ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ଆଉ କାଲି ଠୁ ତାଙ୍କ ଖବର ମିଡ଼ିଆ ବନ୍ଦ ରହିଛି..

Leave a Reply

Your email address will not be published. Required fields are marked *