ଲୌକ୍ଷ୍ଣ ଯୁବତୀଙ୍କ ମାମଲା ପରେ ବହୁତ ଲୋକ ବୁଝି ଗଲେଣି ଯେ ମହିଳା ମାନେ ମହିଳା ହୋଇଥିବାରୁ ତାର କେମିତି ଫାଇଦା ଉଠାଉଛନ୍ତି | ଲୌକ୍ଷ୍ଣ ମାମଲାରେ ମହିଳା ଜଣଙ୍କ କ୍ୟାବ ଡ୍ରାଇଭରକୁ ବାରମ୍ବାର ପିଟିବା ପରେ ମଧ୍ୟ ଡ୍ରାଇଭର ଜଣଙ୍କ ଚୁପଚାପ ଛିଡା ହୋଇଥିଲେ | ମହିଳାଙ୍କୁ ସେ କିଛି ମଧ୍ୟ କହିନଥିଲେ | ତେବେ ଏହି ଘଟଣା ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହୋଇଥିଲା ଓ ଅନେକ ଲୋକ ସମାଲୋଚନା ମଧ୍ୟ କରିଥିଲେ | ତେବେ ଏବେ ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ |
ରାସ୍ତା ମଝିରେ ଯୁବକଙ୍କୁ ପିଟିଲେ ଯୁବତୀ:-
ତେବେ ଭାଇରଲ ହେଉଥିବା ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ ରାସ୍ତା ଉପରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା | ଏହାପରେ ବହୁତ ସମୟ ଧରି ଯୁକ୍ତି ତର୍କ ହୋଇଥିଲା | ଯୁକ୍ତିତର୍କ ହେବା ଭିତରେ ଯୁବତୀ ଜଣଙ୍କ ଯୁବକଙ୍କୁ ଚାପୁଡ଼ା ମାରିଥିଲେ | ହେଲେ ଚାପୁଡ଼ା ଖାଇବାପରେ ଯୁବକ ଜଣଙ୍କ ତାଙ୍କ ସହ ପୁଣି ତର୍କ କରିଥିଲେ | ଏହାପରେ ଯୁବତୀ ପୁଣି ଏକ ଚାପୁଡ଼ା ଭୁଲରେ ମାରିଦେଲେ | ଏହାପରେ ଯୁବକ ଜଣଙ୍କ ରାଗିଯାଇ ଯୁବତୀଙ୍କ ଗାଲରେ ମଧ୍ୟ ଶକ୍ତ ଚାପୁଡ଼ା ପକାଇଥିଲେ |
ଦେଖନ୍ତୁ ଭିଡିଓ :-
କଣ ଥିଲା ମାମଲା :-
ଯୁବକ ଜଣଙ୍କ କହିଛନ୍ତି ଯେ ସେ ରାସ୍ତା ଉପରେ ଚାଲୁଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ଉପରେ କଲଡ ଡ୍ରିଂକ୍ସ ଫିଙ୍ଗିଥିଲେ | ଯେତେବେଳେ ଯୁବକ ଜଣଙ୍କ ତାଙ୍କ ସହ କଥା ହେବାକୁ ଗଲେ ସେତେବେଳେ ଯୁବତୀ ଜଣଙ୍କ କ୍ଷମା ମାଗିବା ବଦଳରେ ଯୁବକଙ୍କ ସହ ଅଯଥା ଯୁକ୍ତି କରିଥିଲେ | ଯୁକ୍ତି ଅଧିକ ସମୟ କରିବା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଚାପୁଡ଼ା ମାରିଥିଲେ |
ଯୁବକ ମଧ୍ୟ ଦେଲେ ଶକ୍ତ ଚାପୁଡ଼ା :-
ଏହି ଭିଡିଓ ରେ ଦେଖି ପାରିବେ ଆପଣ ଯେ ଝିଅ ଟି ଲଗାତାର ଚାପୁଡ଼ା ମାରିବା ପରେ ଯୁବକ ଜଣଙ୍କ ମଧ୍ୟ ରାଗି ଯାଇଥିଲେ ଏବଂ ସେ ହଠାତ ଝିଅଙ୍କ ଉପରେ ଏକ ଶକ୍ତ ଚାପୁଡ଼ା ପକାଇଥିଲେ | ତାପରେ ଯୁବକ ଜଣଙ୍କ ଆଖପାଖରେ ଠିଆ ହୋଇଥିବା ଲୋକଙ୍କୁ କହିଲେ ଯେ ଏ ଝିଅ ମୋତେ ୩ଥର ଚାପୁଡ଼ା ମାରିଲା | ମୁ ଜଣେ ଶିକ୍ଷକ ଅଟେ | ତାପରେ ଯୁବକ ଜଣଙ୍କ ସେ ଝିକୁ କହିଥିଲେ ଯେ ଏହାକୁ ଲକ୍ଷ୍ଣ ଵାଲା ସିଂ ଭାବ ନାହିଁ | ଯାହା ପରେ ଝିଅ ଜଣଙ୍କ ସରି କହିଥିଲେ | ପୁଅ ଜଣଙ୍କ ମଧ୍ୟ କହିଥିଲେ ଆପଣ ମହିଳା ବୋଲି ତାହାର ଫାଇଦା ଉଠାନ୍ତୁ ନାହିଁ |