ତପସ୍ଵିନୀ ଆଉ ସୁମିତ ଙ୍କ ଭିତରେ ହେଇଥିବା ଝଗଡା ଭିତରେ ବାପା ମା ପେଶି ହେଲା ଭଳିଆ ପରିସ୍ଥିତି ଆସି ପହଞ୍ଚିଛି, ତେବେ ବିଗତ ୧୫ ଦିନ ରୁ ଉର୍ଦ୍ଧ ତପସ୍ଵିନୀ ଙ୍କ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳୁଛି ଆଉ ଦର୍ଶକ ବି ଏହାର ଖୁବ୍ ମଜା ଉଠାଉଥିବା ନଜିର ଆସୁଛି
ପ୍ରତିଦିନ କିଛି ନା କିଛି ନୂଆ ନୂଆ ଘଟଣା ଆଉ ରହସ୍ୟ ଉନ୍ମୋଚନ ହେଉଛି, କେତେବେଳେ ତପସ୍ଵିନୀ ଙ୍କ କଲ୍ ରେକର୍ଡ ଭାଇରାଲ ହେଉଛି ଆଉ କେତେବେଳେ ଭିଡିଓ ଆଉ ଅପରପକ୍ଷେ ସୁମିତ ଙ୍କ ବି ଭାଇରାଲ ହେଉଛି ।
କାଲି ଉପସ୍ଥିତି ଜନତା ଆଉ ସହି ନପାରି ଜବରଦସ୍ତି ଘର କବାଟ ଭାଙ୍ଗି ସୁମିତ ଙ୍କ ଘରେ ପଶିଥିଲେ, ତେବେ ଗ୍ରିଲ ଭାଙ୍ଗିବା ପରେ ସୁମିତ ଙ୍କ ବାପା ପ୍ରମୋଦ ଘରେ ରହି ଅନଲାଇନ୍ ରେ FIR ଦେଇଥିଲେ ଆଉ ଏହା ସମାଜସେବୀ ପ୍ରମିଳା, ତପସ୍ଵିନୀ ଆଉ କିଛି ଲୋକ ଙ୍କ ନାଆଁ ମଧ୍ୟ ସାମିଲ ଅଛି
ବିନା କୌଣସି କୋର୍ଟ ଅର୍ଡର୍ ଆଉ କୌଣସି ପ୍ରଶାସନିକ ଅଧିକାରୀ ଅନୁମତି ରେ ମୋର୍ ବ୍ୟକ୍ତିଗତ ଘର ଗ୍ରିଲ୍ ଭାଙ୍ଗିବା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇ ସେ ଲେଖିଛନ୍ତି ଆମେ କୋର୍ଟ ଙ୍କ ଭରସା ରେ ରହୁଛୁ ଆମକୁ ବହୁତ୍ କଷ୍ଟ ଆଉ ଦୁଃଖ ଦେଲେଣି ତପସ୍ଵିନୀ
ତେବେ ଏପଟେ ସୁମିତ କହିସାରିଛନ୍ତି କି ଦୁନିଆ ଓଲଟ ପଲଟ ହେଲେ ବି ସେ ଆଉ ତପସ୍ଵିନୀ ଙ୍କୁ ଗ୍ରହଣ କରିବେନି ,ତେବେ କୋର୍ଟ ଅର୍ଡର୍ ଦେଇଥିଲେ କି ସୁମିତ ଯଥାଶୀଘ୍ର ଘର ଭଡ଼ା ଖୋଜି ନିଜ ସ୍ତ୍ରୀ ସହ ରୁହନ୍ତୁ ହେଲେ ସୁମିତ ନିଜ ଦେହ ଖରାପ ଦର୍ଶାଇ ବାହାରେ ରହୁଛନ୍ତି, ଏପଟେ ତପସ୍ଵିନୀ ଙ୍କ ଭିଡିଓ ଭାଇରାଲ ପରେ ମାମଲା ଆହୁରି ଗରମ ହେଇଯାଇଛି, ଆଉ ଧାରା ୧୪୪ ଲାଗୁ କରାଯାଇ ସେ ସ୍ଥାନ ପୋଲିସ ଛାଉଣୀ କରିଦିଆ ଯାଇଛ