ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆସିଛି କିଛି ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । ଗାଡ଼ି ଭିତରେ ରହିଛି ସ୍ୱାମୀର ମୃ-ତଦେହ । ସ୍ଵାମୀ ଜଣଙ୍କୁ ଦେଖି ଏବେ କାନ୍ଦି କାନ୍ଦି ଭାଙ୍ଗି ପଡୁଛି ସ୍ତ୍ରୀ ଜଣକ । ଏହି ସ୍ଵାମୀ ଜଣକ ଏବେ ଏବେ ଘରକୁ ଆସିଥିଲେ । ଆଉ ସେ ତାଙ୍କ ସ୍ତ୍ରୀ ଆଉ ପୁଅ ସହିତ କଥା ହୋଇଥିଲେ । ସ୍ଵାମୀ ଜଣକ କହିଥିଲେ ସେ ଭଲ ହୋଇଗଲେ ଘରକୁ ଯିବେ ।ଆଉ ଏବେ ସ୍ଵାମୀ ଜଣଙ୍କର ମୃ-ତଦେହ ଗାଁକୁ ଫେରିଛି ।
ସ୍ଵାମୀ ଜଣକ ଘରକୁ ଆସିଥିଲେ ବହୁତ ଖୁସି ଥିଲେ କିନ୍ତୁ ତାଙ୍କ ସହିତ ଏଭଳି ହେବ ଆଉ ତାଙ୍କର ମର ଶରୀର ଗାଁକୁ ଫେରିବ ବୋଲି କିଏ ବା ଜାଣିଥିଲା । ସ୍ତ୍ରୀ ଜଣକ ସ୍ୱାମୀର ମର ଶରୀର ଗାଡ଼ି ଭିତରେ ଦେଖି ଧାଇଁ ଯାଉଛି ଆଉ ସ୍ୱାମୀକୁ କୁଣ୍ଢାଇ ଧରି କାନ୍ଦୁଛି । ଏବେ ଏହି ସ୍ତ୍ରୀ ଜଣକ ଏକୁଟିଆ ହୋଇଗଲେ ଆଉ ତାଙ୍କ ପୁଅ ମୁଣ୍ଡରୁ ବାପାଙ୍କ ହାତ ଉଠିଗଲା । ଆଜି ସବୁଦିନ ପାଇଁ ସ୍ତ୍ରୀ ଜଣକ ମଥାରୁ ସିନ୍ଦୁର ଲିଭିଗଲା ।ସ୍ଵାମୀ ଜଣକ ଦାଦନ ଖଟିବାକୁ ଯାଇ ମୃ-ତ ହୋଇ ଫେରିଲେ । ଗଞ୍ଜାମ ଜିଲ୍ଲାରେ ଥମୁନି ଦାଦନ ଦୁଃଖ । ପୁଣି ସୁରଟରେ ଜଣେ ଓଡ଼ିଆ ଯୁବକଙ୍କ ଦେହାନ୍ତ ହୋଇଛି । ଅନେକ ଜିଲ୍ଲାର ସହରାଞ୍ଚଳ ଆଉ ଗ୍ରାମାଞ୍ଚଳର ଅନେକ ଯୁବକ ଆଉ ଯୁବତୀମାନେ ପରିବାର ପ୍ରତିପୋଷଣ ପାଇଁ ଭାରତର କୋଣ ଅନୁକୋଣକୁ ଯାଇଥାନ୍ତି ।
ଏବେ ଏହି ବ୍ୟକ୍ତି ଜଣକ ଆଜି ଦାଦନ ଖଟିବାକୁ ଯାଇ ମୃ-ତ ହୋଇ ଫେରିଛନ୍ତି । ଏହି ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଜରିଆପଲ୍ଲୀ ଗ୍ରାମ ଚରଞ୍ଜା ସାହିର ବୋଲି ଜଣାପଡିଛି ।ଏହି ଅଞ୍ଚଳର ଦଣ୍ଡ ବେହେରାଙ୍କ ସାନ ପୁଅ ସନ୍ୟାସୀ ବେହେରା ଯାହାଙ୍କ ବୟସ ୩୫ ବର୍ଷ ହୋଇଥିବା ଜଣାପଡିଛି । ଏବେ ଏହି ଖବର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଏହି ବ୍ୟକ୍ତି ଜଣକ ୧୦ ବର୍ଷ ହେବ ସୁରଟର ସୂତାକଳରେ କାମ କରୁଛନ୍ତି । ତାଙ୍କର ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ । ଆଉ ଏବେ ତାଙ୍କ ୬ ବର୍ଷର ପୁଅ ଏକା ହୋଇଯାଇଛି । ଏବେ ତାଙ୍କର ପରିବାର ଦୁଃଖରେ ଭାଙ୍ଗି ପଡ଼ିବା ସହ ପୁରା ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି । ଏବେ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବାକୁ ପରିବାର ଗୁହାରି ଜଣାଇଛନ୍ତି ।