ଫେସବୁକ୍ କହିଲା କି ତାଲିବାନ ର କୌଣସି ସଦସ୍ୟ କୁ ଫେସବୁକ୍ ଆକାଉଣ୍ଟ ଖୋଲିବାକୁ ଦିଆ ଯିବନି, ଆଉ କହିଲା ” ଏମାନେ ଶଳେ ଆ-ତ-ଙ୍କ-ବା-ଦୀ “

ସୋସିଆଲ ମିଡିଆ ର ଅଗ୍ରଣୀ ଫେସବୁକ୍ କହିଛି ଯେ ଏହା ତାଲିବାନକୁ ଏବଂ ଏହାକୁ ସମର୍ଥନ କରୁଥିବା ସମସ୍ତ ବିଷୟବସ୍ତୁକୁ ଏହାର ପ୍ଲାଟଫର୍ମରୁ ନିଷିଦ୍ଧ କରିଛି କାରଣ ଏହା ଗୋଷ୍ଠୀକୁ ଆ-ତ-ଙ୍କ-ବା-ଦୀ ସଂଗଠନ ବୋଲି ବିବେଚନା କରୁଛି।

ଫେସବୁକ ଖୋଲାଖୋଲି ଭାବେ କହିଛି କି ଏଇ ଭଳିଆ ଫାଲତୁ ସଂଗଠନ ପୁରା ବିଶ୍ଵ କୁ ତଳକୁ ଟାଣି ନେବା ଆଗରୁ ଆମେ ଯଥା ସମ୍ଭବ ପଦକ୍ଷେପ ନେଇଛୁ ଆଉ ତାକୁ ସବୁ ଦିନ ପାଇଁ ବ୍ୟାନ କରିଦେଇଛୁ ଏହା ଛଡ଼ା ତାଲିବାନ ସମ୍ବନ୍ଧୀୟ ସାମଗ୍ରୀ ଉପରେ ନଜର ରଖିବା ଏବଂ ଅପସାରଣ କରିବା ପାଇଁ ଆଫଗାନିସ୍ତାନ ବିଶେଷଜ୍ଞଙ୍କ ଏକ ଉତ୍ସର୍ଗୀକୃତ ଦଳ ଅଛି ବୋଲି କମ୍ପାନୀ କହିଛି।

କହି ରଖୁଛୁ ଯେ ତାଲିବାନ 4 ଦିନ ହେଲାଣି ଆଫଗାନ ର ରାଜଗାଦି ରେ ବସିଛି ,ଏହା ଭିତରେ ସାଧାରଣ ଜନତା କେତେ ଯେ ଘାଣ୍ଟି ହେଉଛନ୍ତି ତାହା କହି ହେବନି, ତାଲିବାନ ଝିଅ ବୋହୂ ଙ୍କୁ ଉଠେଇବାକୁ ଲାଗିଲାଣି ଆଉ ନିଜ ର ହିଟଲର ଶାସନ ପୁଣି ଆଫଗାନ ରେ ଲାଗୁ କରୁଛି

ଫେସବୁକ୍ ସହ ଏବେ Twitter ବି ତାଲିବାନ୍ ଉପରେ ଶକ୍ତଅଭି ମୁଖ୍ୟ ରଖୁଛି ତେବେ ଆଫଗାନିସ୍ତାନ ରେ ବହୁତ୍ ଆ-ତ-ଙ୍କ-ବା-ଦୀ ଙ୍କୁ ତାଲିବାନି ମାନେ ମୁକ୍ତ କରିଛନ୍ତି ତାହା ଭିତରୁ ବଡ଼ ବଡ଼ ମୋଷ୍ଟ୍ ୱାଣ୍ଟେଡ ମାନେ ବି ଅଛନ୍ତି, ତେବେ ଆମେରିକା ସରକାର ଜାଣିଶୁଣି ସେନ୍ୟ ହଟେଇଛି ଆଉ ରାଷ୍ଟ୍ରପତି ଘନି ଗୋଟେ ନମକ ହରାମ ବୋଲି କହୁଛନ୍ତି ଆଫଗାନ ବାସୀ

Leave a Comment