ବ୍ରହ୍ମପୁର ବ୍ରହ୍ମା ନଗର ର ତପସ୍ୱିନୀ ଓ ସୁମିତ ଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଅଦାଲତରେ ମାମଲା ଚାଲିଛି।ସୁମିତ ଙ୍କ ଘରେ ତପସ୍ୱିନୀ ରହିବେ ବୋଲି ଅଦାଲତ ରାୟ ଦେଇଥିଲେ।ଏହାପରେ ପ୍ରଶାସନଙ୍କ ପକ୍ଷରୁ ତପସ୍ୱିନୀ ତାଙ୍କ ଶଶୁରଘରେ ଉପର ମହଲାରେ ରଖାଯାଇଥିଲା।
କିନ୍ତୁ ତାଙ୍କ ଜୀବନକୁ ବିପଦ ଥିବା କହି ସୁମିତ ଙ୍କ ବାପା ପ୍ରମୋଦ ସାହୁ ଘରେ ରହିଲେ ନାହିଁ।ବର୍ତ୍ତମାନ ପ୍ରମୋଦ ସାହୁ ଉଚ୍ଚ ନ୍ୟାୟାଲୟ ରେ ଦ୍ୱାରସ୍ଥ ହୋଇଛନ୍ତି।ତାଙ୍କର ଆଉ ତାଙ୍କ ଘର ପ୍ରତି ବିପଦ ଅଛି ବୋଲି ଅଭିଯୋଗ ଦେଇଛନ୍ତି।ତାଙ୍କ ଘରର ଗେଟ୍ ଭାଙ୍ଗିଥିଲେ।
ତପସ୍ୱିନୀ , ପ୍ରମିଳା ତ୍ରିପାଠୀ ଓ ସେମାନଙ୍କ ସହଯୋଗୀ ଘରେ ପଶିଥିଲେ ଅଭିଯୋଗ ଦେଇଛନ୍ତି।ଏଥିପାଇଁ ଥାନାରେ ଏତେଲା ଦେଇଥିଲେ।ପୋଲିସଙ୍କ କାର୍ଯ୍ୟନୁଷ୍ଠାନ ଡେରି ହେଉଥିବା ଅଭିଯୋଗ କରିଛନ୍ତି।ସୁମିତ ଙ୍କ ଓକିଲ ତାଙ୍କ ପକ୍ଷେ ରାୟ ଦେଇଛନ୍ତି।
ତପସ୍ୱିନୀ ରହିବାକୁ ଚାହୁଁଥିଲା ବେଳେ ସୁମିତ ଙ୍କ ଓକିଲ ସେହି ବିରୋଧରେ କହିଛନ୍ତି।ତପସ୍ୱିନୀ ଙ୍କ ଓକିଲ କହିଛନ୍ତି ୧୦ ତାରିଖ ସୁଦ୍ଧା ସୁମିତ ୧୭୦୦୦ ଟଙ୍କା ଦେବେ,ଏବଂ ଟଙ୍କା ପାଇଲା ପରେ ତପସ୍ୱିନୀ ରିଶିଟ୍ ଦେଖେଇବେ।କିନ୍ତୁ ଏବେ ଯାଏଁ ଟଙ୍କା ପାଇ ନାହାନ୍ତି।ଯଦି ଦେବେ ନାହିଁ ସେ ପିଟିସନ ଦାଖଲ କରିବେ
https://youtu.be/uxCaGlEALa0