ଭାଇରାଲ ଭିଡିଓ

କୁକୁର ସହ ବିବାହ କଲା 18 ବର୍ଷ ର ଝିଅ, ତାପରେ ଯାହା ହେଲା…

ଝାଡ଼ଖଣ୍ଡରେ ଏକ ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା।ସାଧାରଣତଃ ଗୋଟେ ପୁଅ ସହିତ ଗୋଟେ ଝିଅର ବାହାଘର ହୋଇଥାଏ।କିନ୍ତୁ ଏଠାରେ ଗୋଟିଏ ୧୮ ବର୍ଷର ଝିଅ ଏକ କୁକୁରକୁ ବାହା ହୋଇଛି।ଏହି ବାହାଘର ଟି ଘର ଲୋକଙ୍କ ଇଛାରେ ହୋଇଥିଲା।ଝିଅଟିର ନାମ ହେଉଛି ବଙ୍ଗଲି।ତାଙ୍କୁ ମାତ୍ର୧୮ ବର୍ଷ।

ସୂଚନା ଅନୁସାରେ ଗାଁର ଏକ ପୂଜାରୀ କହିଥିଲେ ଯେ ଝିଅଟିର ମଙ୍ଗଲଦୋଷ ରହିଛି।ଏଥିପାଇଁ ତାଙ୍କ ଜୀବନରେ ବହୁତ ଅସୁବିଧା ହୋଇପାରେ।ସେଥିପାଇଁ ବାପା ଓ ମା ଝିଅର ଜୀବନକୁ ସୁଖମୟ କରିବା ପାଇଁ ପୂଜାରୀଙ୍କୁ ପଚାରିଥିଲେ।ଏହି ବାହାଘର ଟି ନାମ ମାତ୍ରକ ବାହାଘର ଥିଲା।ଯାହାଫଳରେ ଝିଅର ଦୋଷଟି କୁକୁର ଦ୍ଵାରା ଖଣ୍ଡନ ହୋଇଥିଲା।

 

ସମ୍ପୂର୍ଣ୍ଣ ରୀତିନୀତି ଭାବେ କୁକୁର ସହିତ ଝିଅଟିର ବାହାଘର ହୋଇଥିଲା।ଏହି ବାହାଘରରେ ପରିବାରବର୍ଗ ,ଗାଁ ଲୋକ,ବନ୍ଧୁ ବାନ୍ଧବ ମିଶାଇ ୭୦ ଜଣ ଲୋକ ଉପସ୍ଥିତ ରହିଥିଲେ।ଝିଅଟିକୁ ଯେତେବେଳେ ପ୍ରଥମେ କୁକୁର ସହିତ ବାହା ହେବା କଥା କୁହା ଯାଇଥିଲା ସେତେବେଳେ ସେ ମାନିନଥିଲେ।

କିନ୍ତୁ ପରେ ସମସ୍ତଙ୍କ କଥା ଅନୁସାରେ କୁକୁର କୁ ବାଧ୍ୟ ହୋଇ ବାହା ହୋଇଥିଲେ।ଝିଅଟି କୁ କୁହାଯାଇଥିଲା ଯେ ବାହାଘର ପରେ କୁକୁର ଟି କୁ କିଛି ଦିନ ବଞ୍ଚାଇ ରଖିବାକୁ ପଡିବ।ଏହାପରେ ମଙ୍ଗଲଦୋଷ କଟିଯିବ।ପରେ ଆଉ କାହାକୁ ବାହା ହୋଇପାରିବେ।ବାହାଘର ପରେ ଚତୁର୍ଥୀ ଲୋକ ଦେଖଣିଆ ଅଟେ।ଝିଅଟି ଏବେ ଖୁସିରେ ଅଛି।

Leave a Reply

Your email address will not be published. Required fields are marked *