ନୂଆ ସ୍କୁଟି ପାଇଁ ଟ୍ରେନ ଲାଇନ ରେ ବସିଲେ ଯୁବତୀ ଦେଖନ୍ତୁ ସେହି ସମୟର Exclusive Visual

ନୂଆ ସ୍କୁଟି ପାଇଁ ଯୁବତୀ ଜଣଙ୍କ ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ରେଳ ଧାରଣାରେ ବସିଛନ୍ତି।ଏହି ଘଟଣାଟି ଭଦ୍ରକ ଜିଲ୍ଲାର ଘଣ୍ଟେସ୍ୱର ମାଳିକା ପୁର ରେଳ ଷ୍ଟେସନରେ ଘଟିଛି।

କମ୍ପାନୀରେ ଯୁବତୀ କୁମ୍ କୁମ୍ ବରାଳ କିସ୍ତି ଟଙ୍କା ଆଦାୟ ପାଇଁ ଆସିଥିଲେ।ରେଳ ଧାରଣାରେ ସାଇଟ୍ ରେ ସ୍କୁଟି ରଖିଥିଲେ।

ଏକ ହାଇୱା ଆସି ସ୍କୁଟି ଉପରେ ଚଢ଼ି ଯାଇଥିଲା।ଯାହାଫଳରେ ଗାଡ଼ିଟି ପୁରା ଭାଙ୍ଗି ଯାଇଥିଲା। ହାଇୱା ଗାଡ଼ି ମାଲିକ ନୂଆ ଗାଡ଼ି ଦେବା ପାଇଁ ଯୁବତୀ ଦାବି କରିଛନ୍ତି।

ପୋଲିସ ଖବର ଶୁଣି ମଧ୍ୟ ପହଞ୍ଚି କିଛି ସମାଧାନ ହୋଇପାରି ନାହିଁ।ଯୁବତୀ ଜଣଙ୍କ ଦାବି କରିଛନ୍ତି ହାଇୱା ମାଲିକ ତାଙ୍କୁ ନୂଆ ଗାଡ଼ି ଦେଲେ ହିଁ ସେ ଉଠିବେ।କିନ୍ତୁ ହାଇୱା ମାଲିକ ଏଯାଏଁ ଧରା ପଡ଼ିନାହିଁ।

ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଗତକାଲି ୧୨ ଟା ରୁ ସେ ସେହି ରେଳ ଧାରଣାରେ ବସି ରହିଛନ୍ତି।ରାତିରେ ଶୀତରେ ମଧ୍ୟ ଅଛନ୍ତି।

ଯେଉଁଠି ଗାଡ଼ି ଭାଙ୍ଗି କି ପଡ଼ିଛି ସେହି ସ୍ଥାନରେ ରାତିସାରା ବସିଥିଲେ।କିନ୍ତୁ ଏଯାଏଁ ପୋଲିସ ପ୍ରଶାସନ କି ଗାଡ଼ିର ମାଲିକ ହୁଅନ୍ତୁ କାହାର ଦେଖା ନାହିଁ।ପୋଲିସ ଖବର ପାଇ ମଧ୍ୟ ଘଟଣା ସ୍ଥଳକୁ ଆସି କୌଣସି ପଦକ୍ଷେପ ନେଇ ନାହାନ୍ତି।

https://youtu.be/OP7-m3XkI7Q

Leave a Comment