ରାଜ୍ୟ ଖବର

ସଂପୃକ୍ତ ଚିକୁନ ସ୍ଵିଗି ଡେଲିଭରୀ ବୟ ନଥିଲା , ଏହା ସହ ଏସବୁ ଘଟଣା ର ମାଷ୍ଟର ମାଇଣ୍ଡ ଥିଲା, ଜଣେ ପ୍ରଫେସନାଲ ଅପରାଧୀ

ସ୍ଵିଗି ଡେଲିଭରୀ ବୟ ପ୍ରକୃତ ରେ କୌଣସି ଡେଲିଭରୀ ବୟ ନୁହେଁ ଏହା ଗତକାଲି ଡିଜିପି ସାମ୍ବାଦିକ ମାନଙ୍କୁ କହିଚନ୍ତି ଆଉ ଏହା ସହ ସେ ପୁରା ଘଟଣା ର ପର୍ଦାଫାସ କରିଛନ୍ତି ଯେ ସଂପୃକ୍ତ ଚିକୁନ ତାର କଲେଜ ପଢିଲା ସମୟ ରେ ଦୁଇ ଜଣ ଝିଅ ଙ୍କୁ ଭଲ ପାଉଥିଲା ଯାହା ୭ ବର୍ଷ ଆଗରୁ , ତେବେ ପ୍ରେମ ରେ ଏମିତି ରହିଲା ପରେ ଜାନୁୟାରୀ ମାସ ରେ ପ୍ରଥମ ପ୍ରେମିକା ଅହଲ୍ୟା ଙ୍କୁ ସେ ବିବାହ କରିଥିଲେ

ବିବାହ ପରେ ବି ସେ ତାଙ୍କ ଦ୍ୟୁତୀୟ ପ୍ରେମିକା କୁ ଭୁଲି ପାରିନଥିଲେ, ସେ ଲୁଚି ଲୁଚି ତା ପ୍ରେମିକା ସହ କଥା ହେଉଥିଲେ ଆଉ ତା ସହ ଯେତେବେଳେ ସେ ଭୁବନେଶ୍ୱର ରେ ଘର ଭଡ଼ା ନେଇ ରହୁଥିଲେ ତା ଭିତରେ ବି ନିଜ ପ୍ରେମିକା କୁ ଦେଖା କରିବାକୁ ଯାଇଥିଲେ

ତେବେ ସ୍ତ୍ରୀ ଜଣକ ଏଇ ବିଷୟ ରେ କିଛି ସୁରାକ ପାଇନଥିଲେ , ଆଉ ଅଚାନକ ଚିକୁନ ନିଷ୍ପତ୍ତି ନେଇଥିଲା କି ସେ ତା ସ୍ତ୍ରୀ ଠୁ ଦୂରେଇ ଯାଇ ସବୁ ଦିନ ପାଇଁ ମଧ୍ୟପ୍ରଦେଶ ରେ ଅଲଗା ପ୍ରେମିକା ସହ ରହିବ ବୋଲି ଭାବି ନେଇଥିଲା ଆଉ ଏଇ ଘଟଣା ର ପ୍ଲାନ୍ ସେ ୭ ଦିନ ଆଗରୁ କରିଥିଲା

ତାପରେ ସେ ଘରୁ ୩୦ ହଜାର ଟଙ୍କା ନେଇ ମିଛ ରେ ନାଟକ କରିଥିଲା କି ମଦୁଆ ଗୋଡାଉଛନ୍ତି ଆଉ ଅପହରଣ କରିଛନ୍ତି ତେବେ ପରେ ଏହି ଘଟଣା ର ଯବନିକା ପଡ଼ିଥିଲା, ପୋଲିସ ଗତକାଲି ଚିକୁନ କୁ ବିଭିନ୍ନ ଦଫା ଲଗେଇ ଗିରଫ କରିଛି ଏହା ସହ ତାଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି କି ଯଦି ସେ ମୋ ପାଖକୁ ନା ଆସିବ ତାହାଲେ ମୁ ତା ନାଁ ରେ କେସ ଦେବି

ଅପର ପକ୍ଷେ ଚିକୁନ ର ଘରେ ଦୁଇ ଜଣ ଝିଅ କୁ ରଖିବାକୁ ଅନୁମତି ଦେଇ ନାହାନ୍ତି ଆଉ ପୋଲିସ ଏଇ ମାମଲା ରେ ତଦନ୍ତ ଜାରି ରଖିଛି

 

 

Leave a Reply

Your email address will not be published. Required fields are marked *