ରାଜ୍ୟ ଖବର

ମୃତ ଜ୍ୟୋତି ଙ୍କ ପରିବାର କୁ ସରକାର ଙ୍କ ମଜାକ, କୋଟିଏ ବଦଳ ରେ ଦେଉଛନ୍ତି ୪ ଲକ୍ଷ…

#ମୋ_ପୁଅ_ବିନା ବଞ୍ଚିପାରିବିନି, #ମୋ_ଧନ_ବିନା_ମରିଯିବି |ଏମିତି କହି କହି ବେହୋସ୍ ହୋଇ ହଉଥାନ୍ତି ଜ୍ୟୋତି ଙ୍କ ମା,  ଘରକୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ପହଞ୍ଚିବା ପରେ ଏ ଦୃଶ୍ୟ | ପୁରୀରେ ହବ ଜ୍ୟୋତିଙ୍କ ଅନ୍ତିମ ସଂସ୍କାର | ଆଉ ସେପଟେ ସରକାର ମୃତ ଜ୍ୟୋତିଙ୍କ ପରିବାରକୁ ମାତ୍ର ଚାରି ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି

 

ଏଇ ସହାୟତା ରାଶି କୁ ନେଇ ସମସ୍ତେ ବିକ୍ଷୋଭ କରିଥିବା ବେଳେ ସରକାର କିଭଳି ଭାବେ ଜ୍ୟୋତି ଙ୍କ ମୃତ ଦେହ କୁ ନିଜ ବାପା ମା ଙ୍କୁ ନ ଦେଖାଇ ଗେଟ ର ପଛ ପଟେ ନେଇ ସ୍ଵର୍ଗଦ୍ଵାର କୁ ଚାଲିଯିବା ସତରେ ସନ୍ଦେହ ସୃଷ୍ଟି କରୁଛ, ଏହି ଘଟଣା କୁ ଚାପି ଦେବାକୁ କିଛି ରାଜନୈତିକ ଚାଲ ଖେଳା ଯାଉଛି ବୋଲି ପ୍ରଶ୍ନ ଉଙ୍କି ମାରୁଛି ।

ତେବେ ପ୍ରଶାସନ ର ଖାମ୍ ଖିଆଲ ପ୍ରକୃତି ଲାଗି ବିଚରା ଛୋଟ ଛୁଆ ଜ୍ୟୋତି ର ଜୀବନ ଚାଲିଗଲା ହେଲେ ସରକାର ମାତ୍ର ୪ ଲକ୍ଷ୍ୟ ଟଙ୍କା ର ଦାନା ଫୋପାଡ଼ି ଦେଇ ଲୋକ ଙ୍କ ମୁଁହ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି ।

ତେବେ କହି ରଖୁଛୁ କି ଜ୍ୟୋତି ଙ୍କ ଶେଷ କୃତ୍ୟ ସରିଛି ,ବହୁ ଅନୁରୋଧ ପରେ  ନିଜ ବାପା ଆଉ ଆତ୍ମୀୟ ସ୍ୱଜନ ଙ୍କ ଉପସ୍ଥିତି ରେ ଏହା ସମ୍ପାଦିତ ହୋଇଛି, ଏସବୁ କୁ ନେଇ ବିରୋଧୀ ଦଳ ଶାସକ ଦଳ ଉପରେ ନିଆଁ ବାଣ ହେଇଛନ୍ତି, ଗୋଟେ ଜୀବନ ର ମୂଲ୍ୟ କଣ ୪ ଲକ୍ଷ ଟଙ୍କା ବୋଲି ପଚାରିଛନ୍ତି

Leave a Reply

Your email address will not be published. Required fields are marked *