ଭାରତୀୟ ଯବାନଙ୍କ ମହନୀୟତା, ଦୁଇ ଅନାଥ ଭାଇ ଭଉଣୀ କୋଳେଇ ନେଲେ, ଛୁଟୁଛି ପ୍ରଶଂସାର ସୁଅ

ପ୍ରଥମେ ତ ଆମେ କହିବୁ ଜୟ ଯବାନ ଜୟ କିସାନ | ଦେଶର ଯବାନ ବା ସୈନିକ ନିଜ ଦେଶର ସୁରକ୍ଷା ପାଇଁ ସବୁ ବେଳେ ସୀମାରେ ପଇଁତରା ଦେଉଥାନ୍ତି | ସେ ସମୟ ପଡିଲେ ନିଜ ଦେଶ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ | ତେବେ ଦେଶରେ ସେହି ଯବାନ ମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଏ | ଜଣେ ଯବାନ ସବୁ ବେଳେ ହିଁ ନିଜ ଦେଶ ପାଇଁ କାମ କରିଥାଏ | ସେ ଦେଶର ହିରୋ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ | ତେବେ ଆଜି ଆମେ ଏମିତି ଜଣେ ଯବାନ ଭାଇଙ୍କ ବିଷୟରେ କହିବାକୁ ଯାଉଛୁ | ଯାହା ଜାଣିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେ ନାହିଁ |

ତେବେ ସୂଚନା ଅନୁସାରେ ଜଣେ ଯବାନ ଦୁଇଜଣ ଅନାଥ ଭାଇ ଭଉଣୀଙ୍କ ପାଇଁ ଦେବଦୁତ ସାଜିଛନ୍ତି | ସେ ଦୁଇ ଅନାଥ ଭାଇ ଭଉଣୀଙ୍କୁ କୋଳେଇ ନେଇଛନ୍ତି | ଏହାସହ ତାଙ୍କର ଭରଣା ପୋଷଣ ଓ ଭବିଷ୍ୟତ ଗଢିବାକୁ ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ତେବେ ଏହି ମହାନ କାମ କରିଥିବା ଯବାନ ଭାଇ ଜଣଙ୍କ କିଏ ଓ ସେ କେଉଁଠୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ |

ମିଡ଼ିଆ ରିପୋର୍ଟ ଅନୁଯାୟୀ ସେହି ଦୁଇଜଣ ଅନାଥ ଭାଇ ଭଉଣୀ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର କଂସାରୀ ସାହିର | ସେହି ଦୁଇ ଅନାଥ ଛୁଆଙ୍କ ନାମ ହେଉଛ ସୁରେଶ କଂସାରୀ ଓ ପ୍ରିୟଙ୍କା କଂସାରୀ | ସୂଚନା ଅନୁସାରେ ଦୀର୍ଘ ଚାରି ବର୍ଷ ହେବ ତାଙ୍କ ହସଖୁସିରେ ସଂସାର ଭାଙ୍ଗି ଯାଇଥିଲା |

ତାଙ୍କ ପରିବାରର ମୁଖିଆ ତଥା ବାପା , ମା ଓ ବଡ ଭାଇଙ୍କ ମୃତ୍ୟୁ ପରେ ଏହି ଦୁଇଜଣଙ୍କ ଉପରେ କଳା ବଦଳ ଢାଙ୍କି ଦେଇଥିଲା | ଏମାନଙ୍କ ପାଠ ପଢା ତ ଦୂରର କଥା ଏମାନେ ଠିକ ସେ ମୁଠେ ଖାଇବାକୁ ମଧ୍ୟ ପାଇଁ ନଥିଲେ | ତେବେ କିଛି ଦିନ ଥଲେ ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ଭାଇ ଭଉଣୀଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ ଭାରତୀୟ ଯବାନ | ତେବେ ଏତେ ସାହାଯ୍ୟ କରିଥିବା ସେହି ଯବାନ ଭାଇନଂକ ନାମ ହେଉଛି ଜୟରାମ ପୂଜାରୀ | ଏହି କାମକୁ ନେଇ ଦେଶର କୋଣ ଅନୁକୋଣରୁ ଛୁଟୁଛି ପ୍ରସଂସାର ସୁଅ |

Leave a Comment